ପ୍ରଧାନଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପ୍ରତିବାଦରେ ସିପିଆଇଏମ୍‌ର ରାସ୍ତାରୋକ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍‌ର କୁଦାମୂଷା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ ସାମଲଙ୍କ ଘରେ ଗତକାଲି ହୋଇଥିବା ଭିଜିଲାନ୍ସ ଚଢ଼ାଉକୁ ବିରୋଧ କରି ଆଜି ସିପିଆଇଏମ୍ ପକ୍ଷରୁ ବଣାଇ ନରେନ୍ଦ୍ର ଛକରେ ୧୪୩ ନମ୍ବର ଓ ୨୧୫ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଫଳରେ ପ୍ରାୟ ଦୁଇ ଘଣ୍ଟା ଧରି ଏହି ଦୁଇ ରାସ୍ତାରେ ଗାଡ଼ି ଚଳାଳଚଳ ବାଧାପ୍ରାପ୍ତ ହୋଇଥିଲା। ବଣାଇ ଏସ୍‌ଡିପିଓ ଶିଶୁ ରଞ୍ଜନ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ହଟାଇ […]

bonai-cpim

Rakesh Mallick
  • Published: Thursday, 06 October 2016
  • , Updated: 06 October 2016, 11:08 AM IST

ବଣାଇ: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍‌ର କୁଦାମୂଷା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ ସାମଲଙ୍କ ଘରେ ଗତକାଲି ହୋଇଥିବା ଭିଜିଲାନ୍ସ ଚଢ଼ାଉକୁ ବିରୋଧ କରି ଆଜି ସିପିଆଇଏମ୍ ପକ୍ଷରୁ ବଣାଇ ନରେନ୍ଦ୍ର ଛକରେ ୧୪୩ ନମ୍ବର ଓ ୨୧୫ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଫଳରେ ପ୍ରାୟ ଦୁଇ ଘଣ୍ଟା ଧରି ଏହି ଦୁଇ ରାସ୍ତାରେ ଗାଡ଼ି ଚଳାଳଚଳ ବାଧାପ୍ରାପ୍ତ ହୋଇଥିଲା। ବଣାଇ ଏସ୍‌ଡିପିଓ ଶିଶୁ ରଞ୍ଜନ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ହଟାଇ ଥିଲେ। ଶତାଧିକ କର୍ମୀଙ୍କୁ ଅଟକ ମଧ୍ୟ ରଖାଯାଇଥିଲା।

ଗତ ସେପ୍ଟେମ୍ୱର ୩୦ ତାରିଖରେ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ବୋଲି ଶିକ୍ଷକ ସାମଲ କହୁଛନ୍ତି। ମାତ୍ର ସରକାରୀ ଭାବେ ଏହା ସ୍ପଷ୍ଟ ହୋଇନାହିଁ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ପକ୍ଷରୁ ତାଙ୍କ ସରକାରୀ ବାସଭବନ, ରାଉରକେଲାସ୍ଥିତ ନୂଆ ଘର, ଯାଜପୁର ଜିଲ୍ଲା ବିଂଝାରପୁରର ପୈତୃକ ଘର ଓ ଶ୍ୱଶୁର ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କର କୋଟିଏରୁ ଅଧିକ ଟଙ୍କାର ସଂପତ୍ତି ଠାବ କରାଯାଇଥିବା ଜଣାପଡ଼ିଛି।

Related story