ବସ୍‌-ଡମ୍ଫର ମୁହାଁମୁହିଁ ଧକ୍କା; ଜଣେ ମୃତ, ୩୦ ଯାତ୍ରୀ ଆହତ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ନିକଟରେ ଏକ ବସ୍‌- ଡମ୍ଫର ସହ ମୁହାଁମୁହିଁ ଧକ୍କା ହେବାରୁ ଡମ୍ଫର ଡ୍ରାଇଭରର ମୃତ୍ୟୁ ଘଟିଛି। ଏହି ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ରାଉରକେଲା, ବଣାଇ ଓ ଲହୁଣୀପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୮ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ରାଉରକେଲାରୁ ବାରିପଦା ଯାଉଥିବା ଦିପୁବାବୁ ବସ୍‌ ସହ ଡମ୍ଫରର ଲହୁଣିପଡ଼ା ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଲହୁଣୀପଡା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।