ପାଠାଗାର ବହି କିଣାରେ ଦୁର୍ନୀତି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦ୍ୟାଳୟରେ ଥିବା ପାଠାଗାର ଉନ୍ନତ କରିବା ଓ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଆମ ଭାଷା ସାହିତ୍ୟ ସହ ଯୋଡ଼ିବା ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ, ଓଡ଼ିଶା ସ୍କୁଲ ଏଜୁକେଶନ୍ ପ୍ରୋଗ୍ରାମ ଅଥରିଟି(ଓସେପା) ତରଫରୁ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ପ୍ରାୟ ୨୨ କୋଟି ଟଙ୍କାର ପୁସ୍ତକ କ୍ରୟ କରାଯିବାକୁ ରାଜ୍ୟର ପ୍ରତିଷ୍ଠିତ ପୁସ୍ତକ ପ୍ରକାଶକମାନଙ୍କଠାରୁ ଗତ ମାର୍ଚ୍ଚ ମାସରେ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏହି ପ୍ରକ୍ରିୟାରେ ରାଜ୍ୟର ପ୍ରାୟ ୧୪୮ ଜଣ ପ୍ରକାଶକ ଭାଗ […]

Books

Books

Debendra Prusty
  • Published: Tuesday, 02 August 2022
  • Updated: 02 August 2022, 08:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦ୍ୟାଳୟରେ ଥିବା ପାଠାଗାର ଉନ୍ନତ କରିବା ଓ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଆମ ଭାଷା ସାହିତ୍ୟ ସହ ଯୋଡ଼ିବା ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ, ଓଡ଼ିଶା ସ୍କୁଲ ଏଜୁକେଶନ୍ ପ୍ରୋଗ୍ରାମ ଅଥରିଟି(ଓସେପା) ତରଫରୁ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ପ୍ରାୟ ୨୨ କୋଟି ଟଙ୍କାର ପୁସ୍ତକ କ୍ରୟ କରାଯିବାକୁ ରାଜ୍ୟର ପ୍ରତିଷ୍ଠିତ ପୁସ୍ତକ ପ୍ରକାଶକମାନଙ୍କଠାରୁ ଗତ ମାର୍ଚ୍ଚ ମାସରେ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏହି ପ୍ରକ୍ରିୟାରେ ରାଜ୍ୟର ପ୍ରାୟ ୧୪୮ ଜଣ ପ୍ରକାଶକ ଭାଗ ନେଇ ନିଜ ନିଜ ଅନୁଷ୍ଠାନର ବଛାବଛା ପୁସ୍ତକଗୁଡ଼ିକ ଦାଖଲ କରିଥିଲେ। ପ୍ରଥମେ ଏଥିରୁ ୨୮ଟି ସଂସ୍ଥା ଆବଶ୍ୟକୀୟ ନଥିପତ୍ର ଅଭାବରୁ କଟିଗଲା ପରେ ଆଉ ୧୨୦ଟି ସଂସ୍ଥା ଯୋଗ୍ୟ ଭାବେ ରହିଲେ।

ଏବେ ଓସେପା କର୍ତ୍ତୃପକ୍ଷ ଏହି ପ୍ରକାଶକମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ପୁସ୍ତକ ମଧ୍ୟରୁ କିଛି ପୁସ୍ତକକୁ ବାଛି ଏକ ଅସ୍ୱାଭାବିକ ଢ଼ଙ୍ଗରେ ଟେଣ୍ଡର ପକେଇଥିବା ଲାଗି ଅର୍ଡ଼ର ଦେଇଥିଲେ। ତେବେ ଏହି ଚୟନ ପ୍ରକ୍ରିୟାକୁ ନେଇ ରାଜ୍ୟର ପ୍ରକାଶକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। କାରଣ ଅନେକ ଭଲ ବହିକୁ ବାଦ୍‌ଦେଇ ଓସେପା କର୍ତ୍ତୃପକ୍ଷ ନିଜ ମନଇଚ୍ଛ ବହି ବାଛି କିଛି ହାତଗଣତି ଅନୁଷ୍ଠାନକୁ କୋଟିକୋଟି ଟଙ୍କାର ୱାର୍କଅର୍ଡ଼ର ଦେଇଥିଲେ।

ସବୁଠାରୁ ବଡ଼କଥା ହେଉଛି ଏହି ୱାର୍କଅର୍ଡ଼ରରେ ବିପୁଳ ଅନିୟମିତା ଦେଖାଦେଇଥିଲା କେଉଁ ବହିକୁ ହଶ ହଜାର ଅର୍ଡ଼ର ଦିଆଯାଇଛି ତ ଆଉ କାହାକୁ ସର୍ବନିମ୍ନ ୨୪୮ । ଏ କ୍ଷେତ୍ରରେ କି ପ୍ରକାର ନିୟମ ଅବଲମ୍ବନ କରାଯାଇଛି, ତାହା କେହି ବୁଝି ପାରୁନଥିବା ବେଳେ ରାଜ୍ୟର ହାତଗଣତି ପ୍ରକାଶକ ନିଜ ଦ୍ୱାରା ତିଆରି ଏକାଧିକ ପ୍ରକାଶନ ସଂସ୍ଥା ନାଁରେ ଏକତ୍ର କୋଟି କୋଟି ଟଙ୍କାର ୱାର୍କ ଅର୍ଡ଼ର ପାଇଥିବା ବେଳେ ଅନ୍ୟମାନଙ୍କୁ ଯଥେଷ୍ଟ ଅଣହେଳା କରାଯାଇଛି ବୋଲି ଅଭିଯୋଗ ହୋଇଛି ।

ଏହି ପୁସ୍ତକ ଚୟନ ପାଇଁ ଓସେପା କର୍ତ୍ତୃପକ୍ଷ କୌଣସି ଆଇନ୍‌ ସମ୍ମତ ପ୍ରକ୍ରିୟା କରିନାହାଁନ୍ତି। ବରଂ ଆଗରୁ ବହୁ ଦୁର୍ନୀତିରେ ସଂପୃକ୍ତ ଥିବା ଓ ଅତୀତରେ ଭାଷା ପ୍ରତିଷ୍ଠାନ ପୁସ୍ତକ କିଣାରେ ଅଦାଲତ ଦ୍ୱାରା ଭର୍ତ୍ସିତ ହୋଇ ତଡ଼ା ଖାଇଥିବା ଜଣେ ବ୍ୟକ୍ତିଙ୍କୁ ପୁସ୍ତକ ମନୋନୟନରେ ରଖି ନିଜ ମନ୍ଦ ଉଦ୍ଦେଶ୍ୟକୁ ଚରିତାର୍ଥ କରିଛନ୍ତି। ଶୁଣାଯାଉଛି ଏହି ବ୍ୟକ୍ତି ଓସେପାରେ କାର୍ଯ୍ୟରତ ଅନ୍ୟତମ ଯୁଗ୍ମ ନିର୍ଦ୍ଦେଶିକା ଓ ସେମାନଙ୍କ ସହ ସଂପୃକ୍ତ ଆଉ ଜଣେ ତିନି କୋଟି ଲାଞ୍ଚ ନେଇ ଏହି ଅସାଧୁ କାର୍ଯ୍ୟ କରିଛନ୍ତି। ଯେଉଁମାନେ ଜୀବନରେ କେବେ ବି ଖଣ୍ଡେ ହେଲେ ବି ପୁସ୍ତକ ଛାପି ନାହାଁନ୍ତି ସେମାନେ ବି ଲକ୍ଷଲକ୍ଷ ଟଙ୍କାର ଅର୍ଡ଼ର ପାଇଛନ୍ତି । ଅଥଚ ଅନେକ ପ୍ରତିଷ୍ଠିତ ପ୍ରକାଶକଙ୍କ ବହୁତ ଭଲ ଭଲ ବହି ଏହି ଅସାଧୁ ଚୟନକର୍ତ୍ତା ମାନଙ୍କ ଦ୍ୱାରା କାଟ୍ ଖାଇଯାଇଛି।

ସରକାର ଯେଉଁ ପ୍ରକାଶକମାନେ ଯୋଗ୍ୟ ନୁହଁନ୍ତି ତାହାର ତାଲିକା ତୁରନ୍ତ ଓସେପା ୱେବସାଇଟ୍‌ରେ ଉପଲବ୍ଧ କରିଥିବା ବେଳେ କେଉଁ ବହି ଚୟନ ହେଲା କେଉଁ ବହି ନହେଲା ତାହାର ତାଲିକା ଦେଇ ନାହାନ୍ତି ବା ଦେବାରେ ବିଳମ୍ବ କରୁଛନ୍ତି । କାରଣ ୱେବସାଇଟ୍‌ରେ ଏହା ପ୍ରକାଶପାଇଲେ ଚୟନକର୍ତ୍ତାଙ୍କ କାରନାମା ପଦାରେ ପଡ଼ିଯିବ।
ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି ଗୋଟିଏ ଉଦାହରଣ ଏଠାରେ ଦିଆଯାଇ ପାରେ। ମାସେ ତଳେ ଗୋଟେ ପ୍ରକାଶନ ସଂସ୍ଥା ଜଣେ ଲେଖକଙ୍କ ବହିର ପ୍ରକାଶକ ଥିଲା। ଏବେ ବି ବଜାରରେ ସେ ବହି ଉପଲବ୍‌ଧ, କିନ୍ତୁ ଏବେ ଦେଖାଯାଇଛି ଯେ ସେହି ବହି ଅନ୍ୟ ଜଣେ ସଂସ୍ଥା ନାଁରେ ଓ ସେହି ସଂସ୍ଥାକୁ ବହି କ୍ରୟ ନିମନ୍ତେ ଅର୍ଡର ବାହାରିଛି।
ଦେଶର ନୀତିରେ ବହି ଏକ ବାଣିଜ୍ୟିକ ପଦାର୍ଥ ନୁହେଁ । ପୁସ୍ତକ ପ୍ରକାଶନ ଏକ ବ୍ୟବସାୟ ନୁହେଁ, ଏହା ଦେଶ ଓ ଜାତି ପାଇଁ ଏକ ସ୍ୱତନ୍ତ୍ର ସେବା । ସେଇଥି ପାଇଁ ଏହାକୁ ଜି.ଏସ୍‌.ଟି ମୁକ୍ତ କରାଯାଇଛି। ଏଭଳି ସ୍ଥିତିରେ ବହି ପ୍ରକାଶକମାନେ ଅନେକ ଆଶାକରି ପିଲାମାନଙ୍କ ଭିତରେ ଭାଷା ସାହିତ୍ୟର ପ୍ରସାର ଲାଗି ବହି ଛାପୁଛନ୍ତି। ମାତ୍ର ସରକାର ଯଦି ବହିକିଣାରେ ଏଭଳି ଅସାଧୁ ଲୋକମାନଙ୍କୁ ସଂପୃକ୍ତ କରିବେ ତେବେ ସରକାରଙ୍କ ଉଦ୍ଦେଶ୍ୟ ଆଦୌ ସାଧିତ ହୋଇ ପାରିବ ନାହିଁ।

ଏ ବିଷୟରେ ରାଜ୍ୟର ଶିକ୍ଷା ସଚିବ, ୫-ଟି ସଚିବ ସର୍ବୋପରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଫିସ ତଦନ୍ତ କଲେ ଆହୁରି ଅନେକ ଗୁମର ପଦାକୁ ଆସିବ । ତୁରନ୍ତ ପ୍ରଦାନ କରାଯାଇଥିବା ୱାର୍କ ଅର୍ଡ଼ରକୁ ବାତିଲ କରି ସାନି ଚୟନ ପ୍ରକ୍ରିୟା କରିବାକୁ ରାଜ୍ୟର ଶତାଧିକ ପ୍ରକାଶକ ଦାବି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story