ବିଜେପି ଟିମ୍‌ ଦେଖି ଛତ୍ରଭଙ୍ଗଦେଲେ ସବ୍‌ କଲେକ୍ଟର, ଡିଏସ୍‌ପି, ତହସିଲଦାର

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ସୀମାବର୍ତ୍ତୀ ଗଜପତି ଜିଲ୍ଲା ମାଣିକପାଟଣା ଗାଁରେ ବିଜେପି ପ୍ରତିନିଧି ଦଳର ପ୍ରଶ୍ନବାଣରେ ଘାଇଲା ହୋଇଛନ୍ତି ଆନ୍ଧ୍ରପ୍ରଦେଶ ସରକାରଙ୍କ ଅଧିକାରୀମାନେ। ନେତାଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଇନପାରି ଛତ୍ରଭଙ୍ଗ ଦେଇ ପଳାଇଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ସହିତ କଥା ହେବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ଅଫିସରମାନେ ଆଡ୍ଡା ଜମାଉଛନ୍ତି। ଆନ୍ଧ୍ର ପଂଚାୟତ ନିର୍ବାଚନରେ ଭୋଟ ଦେବାକୁ […]

sub collecter

sub collecter

Manoranjan Sial
  • Published: Friday, 12 February 2021
  • Updated: 12 February 2021, 06:08 PM IST

Sports

Latest News

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ସୀମାବର୍ତ୍ତୀ ଗଜପତି ଜିଲ୍ଲା ମାଣିକପାଟଣା ଗାଁରେ ବିଜେପି ପ୍ରତିନିଧି ଦଳର ପ୍ରଶ୍ନବାଣରେ ଘାଇଲା ହୋଇଛନ୍ତି ଆନ୍ଧ୍ରପ୍ରଦେଶ ସରକାରଙ୍କ ଅଧିକାରୀମାନେ। ନେତାଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଇନପାରି ଛତ୍ରଭଙ୍ଗ ଦେଇ ପଳାଇଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ସହିତ କଥା ହେବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ଅଫିସରମାନେ ଆଡ୍ଡା ଜମାଉଛନ୍ତି। ଆନ୍ଧ୍ର ପଂଚାୟତ ନିର୍ବାଚନରେ ଭୋଟ ଦେବାକୁ ପ୍ରବର୍ତ୍ତାଉଛନ୍ତି। ଆଜି ଶ୍ରୀକାକୁଲ୍ଲମ୍‌ ସବ୍‌ କଲେକ୍ଟର, ଡିଏସ୍‌ପି ଓ ଅନ୍ୟାନ୍ୟ ଅଧିକାରୀମାନେ ମାଣିକପାଟଣା ଗାଁରେ ବସି ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ଲୋକଙ୍କୁ ବୁଝାଉଥିଲେ। ଯାହାପାଖରେ ଆନ୍ଧ୍ରର ଭୋଟ୍‌ କାର୍ଡ ଅଛି, ସେମାନେ ଭୋଟ ଦେବେ ବୋଲି କହୁଥିଲେ। ସେହି ସମୟରେ ରାଜ୍ୟ ବିଜେପି ପ୍ରତିନିଧି ଦଳ ଉକ୍ତ ଗାଁରେ ପହଞ୍ଚିଥିଲା। ବିଜେପି ପ୍ରତିନିଧି ଦଳକୁ ଦେଖି ଆନ୍ଧ୍ରର ଅଧିକାରୀମାନେ ବସିବାକୁ କହିଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ବାକ୍‌ ଯୁଦ୍ଧ ହୋଇଥିଲା। ବିଜେପି ପ୍ରତିନିଧି ଦଳ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଥିଲେ। ହେଲେ ସେମାନେ କୌଣସି ପ୍ରଶ୍ନର ଉତ୍ତର ଠିକ୍‌ ଭାବେ ଦେଇପାରିନଥିଲେ। ବିଜେପି ନେତାଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇ ଛତ୍ରଭଙ୍ଗ ଦେଇ ପଳାଇଯାଇଥିଲେ ଆନ୍ଧ୍ରର ସରକାରୀବାବୁମାନେ।

ଆନ୍ଧ୍ରବାବୁମାନେ ଫେରିଗଲା ପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳ ସ୍ଥାନୀୟ ଲୋକଙ୍କୁ ବୁଝାଇ ଥିଲେ। ଏପରିକି ଲୋକଙ୍କ ସମସ୍ୟା ବୁଝିଥିଲେ। ପ୍ରତିନିଧି ଦଳରରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ବିଜେପି ନେତା ଭୃଗୁ ବକ୍ସିପାତ୍ର ପ୍ରମୁଖ ସାମିଲ୍‌ ଥିଲେ।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, “ସୀମାବର୍ତ୍ତୀ ଗାଁରେ ସରକାର ନାହାନ୍ତି। ଏଠି ଆନ୍ଧ୍ରପ୍ରଦେଶ ସରକାରର ସବ୍‌କଲେକ୍ଟର, ଡିଏସ୍‌ପି, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀମାନେ ଅଛନ୍ତି। ସେମାନେ ଲୋକଙ୍କୁ ପ୍ରଭାବିତ କରୁଛନ୍ତି। ଏହି ଗାଁ ପ୍ରତି ଅଣଦେଖା କରାଯାଉଛି। ତିତିଲି ବାତ୍ୟାକୁ ଦୁଇ ବର୍ଷ ହୋଇଗଲାଣି। ହେଲେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ ଗତକାଲିଠାରୁ ଆରମ୍ଭ ହୋଇଛି। ଗାଁ ଲୋକେ ମୌଳିକ ସମସ୍ୟାରୁ ବଞ୍ଚିତ ହୋଇଛନ୍ତି। ଏଠି ସ୍କୁଲ ନାହିଁ। ବିଜୁଳି ନାହିଁ। ଆନ୍ଧ୍ର ଖୁଣ୍ଟ ପୋତି ଏମାନଙ୍କୁ ଲାଇଟ୍‌ ଦେଉଛି।”

ସୂଚନାରୁ ପ୍ରକାଶ, କୋରାପୁଟର କୋଟିଆ ପରେ ଗଜପତି ଜିଲ୍ଲାର ମାଣିକପାଟଣା ପଞ୍ଚାୟତରେ ଗୁଡିଖୁଡି, ମାଧିଆଖୋଲ, ବୁରୁଷିଙ୍ଗି, ଅମରିଙ୍ଗି ଓ ଆଖଡ଼ା ଗାଁ ଉପରେ ଆନ୍ଧ୍ର ଲୋଲୁପ ଦୃଷ୍ଟି ପକାଇଛି। ଲୋକଙ୍କୁ ପ୍ରଲୋଭନ ଦେଖାଉଛି ଆନ୍ଧ୍ର। ଏନେଇ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଗଜପତି ଜିଲ୍ଲା ପ୍ରଶାସନ ସକ୍ରିୟ ହୋଇଥିଲା। ଆନ୍ଧ୍ର ଚକ୍ରବ୍ୟୂହରେ ଫସିଥିବା ୬ ଗାଁରୁ ୪ଟି ଗାଁ ଲୋକଙ୍କୁ ବୁଝାଇବାକୁ ସକ୍ଷମ ହୋଇଥିଲା ଜିଲ୍ଲା ପ୍ରଶାସନ। ମାତ୍ର ମାଣିକପାଟଣା ଓ ଗୁଡିଖୁଡି ଗାଁ ଲୋକେ ଜିଲ୍ଲା ପ୍ରଶାସନ କଥାରେ ରାଜି ହେଉନଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗଜପତି ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଗାଁ ଲୋକଙ୍କୁ ବୁଝାଇ ଫେରୁଥିବା ବେଳେ ଆନ୍ଧ୍ର ଅଧିକାରୀମାନେ ପସୁଛନ୍ତି। ଆଉ ଗାଁ ଲୋକଙ୍କୁ ଭ୍ରମିତ କରୁଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story