ସ୍କୁଲ ଆସୁନଥିଲେ, ନିଲମ୍ବିତ ହେଲେ ୬ ଶିକ୍ଷକ

ବୌଦ୍ଧ (ଭାର୍ଜନ ପ୍ରଧାନ): କର୍ତ୍ତବ୍ୟରେ ଅବହେଳା ପାଇଁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଗତକାଲି ୬ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି। ହରଭଙ୍ଗା ବ୍ଲକର କୁମାରୀ ପ୍ରାଥମିକ ବିଦ୍ୟାଳୟରେ ଗଣଶିକ୍ଷକ ଭାବେ ନିୟୋଜିତ ହୋଇଥିଲେ ସରୋଜ କୁମାର ଭୋକ୍ତ। କିନ୍ତୁ କିଛି ସୂଚନା ନଦେଇ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିଥିଲେ। ଯାହାଫଳରେ ଶିକ୍ଷାଦାନରେ ବ୍ୟାଘାତ ହେଉଥିଲା। ତେଣୁ ତାଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ବାରମ୍ୱାର ଚିଠି କରାଯାଇଥିଲା। ତଥାପି ସେ କାର୍ଯ୍ୟରେ ଯୋଗ ଦେଉନଥିଲେ। ସେଥିପାଇଁ […]

teacher00

Tapaswini Nayak
  • Published: Friday, 21 February 2020
  • , Updated: 21 February 2020, 03:04 PM IST

ବୌଦ୍ଧ (ଭାର୍ଜନ ପ୍ରଧାନ): କର୍ତ୍ତବ୍ୟରେ ଅବହେଳା ପାଇଁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଗତକାଲି ୬ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି।

ହରଭଙ୍ଗା ବ୍ଲକର କୁମାରୀ ପ୍ରାଥମିକ ବିଦ୍ୟାଳୟରେ ଗଣଶିକ୍ଷକ ଭାବେ ନିୟୋଜିତ ହୋଇଥିଲେ ସରୋଜ କୁମାର ଭୋକ୍ତ। କିନ୍ତୁ କିଛି ସୂଚନା ନଦେଇ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିଥିଲେ। ଯାହାଫଳରେ ଶିକ୍ଷାଦାନରେ ବ୍ୟାଘାତ ହେଉଥିଲା। ତେଣୁ ତାଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ବାରମ୍ୱାର ଚିଠି କରାଯାଇଥିଲା। ତଥାପି ସେ କାର୍ଯ୍ୟରେ ଯୋଗ ଦେଉନଥିଲେ। ସେଥିପାଇଁ ତାଙ୍କୁ ଗତକାଲି ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି।

ଠିକ୍‌ ସେହିପରି କଣ୍ଟାମାଳ ବ୍ଲକର ବନ୍ଧଗୋରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସରିତା ପାତ୍ର, ସମାଡାଙ୍କି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ମୋତି ଲାଲ ଭୋଇ, ଦିଗୁନମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁଧାଂଶୁ ଶେଖର ଧଳ, ଲୁଣପଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚନ୍ଦମଣି ସିଂ ଓ କାନିସେମେଲ ପ୍ରାଥମିକ ବିଦ୍ୟାଳୟର ଦାଶରଥି ମାର୍ଥାଙ୍କୁ ମଧ୍ୟ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ସମସ୍ତଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି।

Related story