ମରୁଡି ସ୍ଥିତି ପରଖିବା ଲାଗି ବୌଦ୍ଧ ଅଞ୍ଚଳ ପରିଦର୍ଶନ କଲା ବିଜେପିର ଏକ ଟିମ୍

ବୌଦ୍ଧ: ରାଜ୍ୟରେ ଦେଖାଦେଇଥିବା ସମ୍ଭାବ୍ୟ ମରୁଡି ସ୍ଥିତି ପରଖିବା ଲାଗି ବିଜେପିର ଏକ ଟିମ୍ ମରୁଡି ପ୍ରଭାବିତ ବୌଦ୍ଧ ଅଞ୍ଚଳ ପରିଦର୍ଶନ କରିଛି। ଜିଲ୍ଲାର କିଛି ବ୍ଲକରେ ମରୁଡି ପରିସ୍ଥିତି ଦେଖାଦେଇଥିବା ଏହି ଟିମ୍ ପକ୍ଷରୁ କୁହାଯାଇଛି। ବିଶେଷ କରି ବୌଦ୍ଧ କଣ୍ଟାମାଳ ଓ ହରଭଙ୍ଗା ବ୍ଲକ ଅଧିକ ପ୍ରଭାବିତ ହୋଇଥିବା ଟିମ୍ ଅନୁଧ୍ୟାନ କରିଛି।  ବୌଦ୍ଧରେ ୨୬ପ୍ରତିଶତ କମ୍ ବର୍ଷା ହୋଇଥିବା ଜଣାପଡିଛି। ଏହି ଟିମ୍ ମରୁଡି ପରିସ୍ଥିତିର ସମୀକ୍ଷା ସହ କ୍ଷତିର ଆକଳନ ମଧ୍ୟ […]

boudh

Rakesh Mallick
  • Published: Tuesday, 08 September 2015
  • , Updated: 08 September 2015, 10:16 AM IST

ବୌଦ୍ଧ: ରାଜ୍ୟରେ ଦେଖାଦେଇଥିବା ସମ୍ଭାବ୍ୟ ମରୁଡି ସ୍ଥିତି ପରଖିବା ଲାଗି ବିଜେପିର ଏକ ଟିମ୍ ମରୁଡି ପ୍ରଭାବିତ ବୌଦ୍ଧ ଅଞ୍ଚଳ ପରିଦର୍ଶନ କରିଛି। ଜିଲ୍ଲାର କିଛି ବ୍ଲକରେ ମରୁଡି ପରିସ୍ଥିତି ଦେଖାଦେଇଥିବା ଏହି ଟିମ୍ ପକ୍ଷରୁ କୁହାଯାଇଛି। ବିଶେଷ କରି ବୌଦ୍ଧ କଣ୍ଟାମାଳ ଓ ହରଭଙ୍ଗା ବ୍ଲକ ଅଧିକ ପ୍ରଭାବିତ ହୋଇଥିବା ଟିମ୍ ଅନୁଧ୍ୟାନ କରିଛି।  ବୌଦ୍ଧରେ ୨୬ପ୍ରତିଶତ କମ୍ ବର୍ଷା ହୋଇଥିବା ଜଣାପଡିଛି।

ଏହି ଟିମ୍ ମରୁଡି ପରିସ୍ଥିତିର ସମୀକ୍ଷା ସହ କ୍ଷତିର ଆକଳନ ମଧ୍ୟ କରିବ। ଏନେଇ ଏକ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ  ସହ ଆଲୋଚନା କରାଯିବ ବୋଲି ଅନୁଧ୍ୟାନକାରୀ ଦଳ ପକ୍ଷରୁ କୁହାଯାଇଛି। ଏହି ଟିମରେ ବିଜେପି ବିଧାୟକ ଦଳ ନେତା ବସନ୍ତ ପଣ୍ଡା ଏବଂ ବିଜେପି ରାଜ୍ୟ ଉପସଭାପତି ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ଥିଲେ।

Related story