ପୋଲିସ ଦିଦିଙ୍କ ଦବଙ୍ଗଗିରି: ରାତି ଅଧରେ ଘରୁ ଉଠାଇ ନେଇ ଦମ୍ପତିଙ୍କୁ ନିର୍ଧୁମ ପିଟିଲେ

<p>ବୌଦ୍ଧ(ଓଡ଼ିଶା ରିପୋର୍ଟର): ଦେଖିବାକୁ ମିଳିଛି ପୋଲିସ ଦିଦିଙ୍କ ଦାଦାଗିରି। ରାତି ଅଧରେ ଘରୁ ଉଠାଇ ଆଣି ସ୍ୱାମୀ-ସ୍ତ୍ରୀଙ୍କୁ ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି, ବୌଦ୍ଧ ଥାନାଧିକାରୀ ପ୍ରୀତିମଞ୍ଜରୀ ଗଡନାୟକଙ୍କ ବିରୋଧରେ। ସରସରା ଗାଁର ଦମ୍ପତି ରବୀନ୍ଦ୍ର ମଲ୍ଲିକଙ୍କ ପତ୍ନୀ ପଦ୍ମିନୀ ମଲ୍ଲିକ ସମ୍ପୃକ୍ତ ଥାନାଅଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି।</p> <p>ପୋଲିସ ମାଡ଼ରେ ଗୁରୁତର ହୋଇ ପଦ୍ମିନୀ ଏବେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କୌଣସି ଏକ ମାମଲା ନେଇ ଉଭୟ ପଦ୍ମିନୀ ଏବଂ ରବୀନ୍ଦ୍ରଙ୍କୁ ପୋଲିସ ରାତି ଅଧରେ ଘରୁ ଉଠାଇ ଆଣିଥିଲା। ପରେ ଥାନାରେ ଆଣି ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଏସ୍&zwnj;ପିଙ୍କ ନିକଟରେ ଲିଖିତ ଅଭିଯୋଗ କରି ଥାନାଧିକାରୀ ପ୍ରୀତିମଞ୍ଜରୀ ଗଡନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଦମ୍ପତି। ବୌଦ୍ଧ ଏସ୍&zwnj;ପି କହିଛନ୍ତି,&ldquo;ଏନେଇ କୌଣସି ଅଭିଯୋଗ ହୋଇନାହିଁ।&nbsp; ଅଭିଯୋଗ ହେଲେ ତଦନ୍ତ କରାଯିବ।&rdquo;</p>

Ordigital Desk
  • Published: Thursday, 22 March 2018
  • Updated: 22 March 2018, 12:03 PM IST

Sports

Latest News

<p>ବୌଦ୍ଧ(ଓଡ଼ିଶା ରିପୋର୍ଟର): ଦେଖିବାକୁ ମିଳିଛି ପୋଲିସ ଦିଦିଙ୍କ ଦାଦାଗିରି। ରାତି ଅଧରେ ଘରୁ ଉଠାଇ ଆଣି ସ୍ୱାମୀ-ସ୍ତ୍ରୀଙ୍କୁ ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି, ବୌଦ୍ଧ ଥାନାଧିକାରୀ ପ୍ରୀତିମଞ୍ଜରୀ ଗଡନାୟକଙ୍କ ବିରୋଧରେ। ସରସରା ଗାଁର ଦମ୍ପତି ରବୀନ୍ଦ୍ର ମଲ୍ଲିକଙ୍କ ପତ୍ନୀ ପଦ୍ମିନୀ ମଲ୍ଲିକ ସମ୍ପୃକ୍ତ ଥାନାଅଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି।</p><p>ପୋଲିସ ମାଡ଼ରେ ଗୁରୁତର ହୋଇ ପଦ୍ମିନୀ ଏବେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କୌଣସି ଏକ ମାମଲା ନେଇ ଉଭୟ ପଦ୍ମିନୀ ଏବଂ ରବୀନ୍ଦ୍ରଙ୍କୁ ପୋଲିସ ରାତି ଅଧରେ ଘରୁ ଉଠାଇ ଆଣିଥିଲା। ପରେ ଥାନାରେ ଆଣି ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଏସ୍&zwnj;ପିଙ୍କ ନିକଟରେ ଲିଖିତ ଅଭିଯୋଗ କରି ଥାନାଧିକାରୀ ପ୍ରୀତିମଞ୍ଜରୀ ଗଡନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଦମ୍ପତି। ବୌଦ୍ଧ ଏସ୍&zwnj;ପି କହିଛନ୍ତି,&ldquo;ଏନେଇ କୌଣସି ଅଭିଯୋଗ ହୋଇନାହିଁ।&nbsp; ଅଭିଯୋଗ ହେଲେ ତଦନ୍ତ କରାଯିବ।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos