ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ପିଟିଲେ ଡେପୁଟି କଲେକ୍ଟର

ବୌଦ୍ଧ(ଓଡ଼ିଶା ରିପୋର୍ଟର):  ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଶରତ ବାଗ୍‌ ନିଜ ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କୌଣସି କାମରେ ଝାରସୁଗୁଡ଼ା ଯାଇଥିବା ସମୟରେ ଶରତ ବାଗ୍‌ଙ୍କ ପତ୍ନୀ ତାଙ୍କ ପିଛା କରିଥିଲେ। ସେଠାରେ ପତି ପତ୍ନୀଙ୍କ ମଧ୍ୟରେ ବଚସା ହୋଇଥିଲା, ପରେ ସମ୍ପର୍କୀୟଙ୍କ ସହ ମିଶି ଶରତ ବାଗ୍ ମାଡ଼ ମାରିଥିବା ନେଇ ପତ୍ନୀଙ୍କ ପକ୍ଷରୁ ବିଟିଏମ ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ପୋଲିସ ମାମଲା […]

rbn

rbn

Tapas Behera
  • Published: Sunday, 27 September 2020
  • Updated: 27 September 2020, 10:47 AM IST

Sports

Latest News

ବୌଦ୍ଧ(ଓଡ଼ିଶା ରିପୋର୍ଟର):  ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଶରତ ବାଗ୍‌ ନିଜ ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, କୌଣସି କାମରେ ଝାରସୁଗୁଡ଼ା ଯାଇଥିବା ସମୟରେ ଶରତ ବାଗ୍‌ଙ୍କ ପତ୍ନୀ ତାଙ୍କ ପିଛା କରିଥିଲେ। ସେଠାରେ ପତି ପତ୍ନୀଙ୍କ ମଧ୍ୟରେ ବଚସା ହୋଇଥିଲା, ପରେ ସମ୍ପର୍କୀୟଙ୍କ ସହ ମିଶି ଶରତ ବାଗ୍ ମାଡ଼ ମାରିଥିବା ନେଇ ପତ୍ନୀଙ୍କ ପକ୍ଷରୁ ବିଟିଏମ ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରିଛି। ପୂର୍ବରୁ ଶରତ ବାଗ୍‌ ବଲାଙ୍ଗିରରେ ଅବସ୍ଥାପିତ ଥିବା ବେଳେ ଶରତ ବାଗ୍ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ଏକ ମାମଲା କୋର୍ଟରେ ବିଚାରାଧୀନ ରହିଛି।

ଅନ୍ୟପକ୍ଷେ, ଏହି ଘଟଣାକୁ ନେଇ ଡେପୁଟି କଲେକ୍ଟର ଶରତ ବାଗ୍‌ କିମ୍ବା ପୋଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos