ପ୍ରେମିକାକୁ ମାରି ପୋଖରୀ ହୁଡ଼ାରେ ପୋତିଦେଲା ପ୍ରେମିକ!

ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): ପୁରୀ ବ୍ରହ୍ମଗିରିରେ ଚାଞ୍ଚଲ୍ୟ। ଯୁବତୀଙ୍କୁ ହତ୍ୟା ପରେ ପୋଖରୀ ହୁଡ଼ାରେ ପ୍ରେମିକ ପୋତି ଦେଇଥିବା ଅଭିଯୋଗ ହୋଇଛି। ପୋଖରୀ ହୁଡ଼ାରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ। ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି ପୁଲିସ୍। ମିଳିଥିବା ସୂଚନା ମୁତାବକ ଯୁବତୀ ଜଣକ ଗତ ୧୮ ତାରିଖରୁ ସଂପୃକ୍ତ ଯୁବକଙ୍କ ସହ କେଉଁ ଆଡ଼େ ଚାଲି ଯାଇଥିବା ପୀଡ଼ିତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଗତକାଲି ରାତିରେ ଯୁବକ ଜଣକ ଗାଁରେ ବୁଲୁଥିବା […]

mu1

Manoranjan Sial
  • Published: Saturday, 25 July 2020
  • , Updated: 25 July 2020, 05:44 PM IST

ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): ପୁରୀ ବ୍ରହ୍ମଗିରିରେ ଚାଞ୍ଚଲ୍ୟ। ଯୁବତୀଙ୍କୁ ହତ୍ୟା ପରେ ପୋଖରୀ ହୁଡ଼ାରେ ପ୍ରେମିକ ପୋତି ଦେଇଥିବା ଅଭିଯୋଗ ହୋଇଛି। ପୋଖରୀ ହୁଡ଼ାରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ। ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି ପୁଲିସ୍।

ମିଳିଥିବା ସୂଚନା ମୁତାବକ ଯୁବତୀ ଜଣକ ଗତ ୧୮ ତାରିଖରୁ ସଂପୃକ୍ତ ଯୁବକଙ୍କ ସହ କେଉଁ ଆଡ଼େ ଚାଲି ଯାଇଥିବା ପୀଡ଼ିତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଗତକାଲି ରାତିରେ ଯୁବକ ଜଣକ ଗାଁରେ ବୁଲୁଥିବା ଦେଖିବା ପରେ ପୁଲିସକୁ ଗାଁ ଲୋକେ ଜଣାଇଥିଲେ। ଏହାପରେ ପୁଲିସ୍ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଏହି ସମୟରେ ଯୁବକ ଜଣକ ପୋଖରୀ ହୁଡ଼ାରେ ମୃତଦେହ ପୋତିଥିବା ଦେଇଥିବା ସ୍ୱୀକାର କରିଥିଲା। ଆଜି ଘଟଣାସ୍ଥଳକୁ ଯାଇ ମୃତଦେହ ଥିବା ଅଞ୍ଚଳକୁ ଦେଖାଇଥିଲା ଅଭିଯୁକ୍ତ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି।

Related story