ଗାତରୁ ଗୁଳି ଫୁଟି ବାଳକ ଆହତ

ଉଦଳା: ମୟୂରଭଞ୍ଜ ଜିଲ୍ଲା ଦେବଳା ପଞ୍ଚାୟତ ଅନ୍ତର୍ଗତ ଗଣ୍ଡିଦର ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। କଟାସଟିଏ ଗାଁର ପଟେଲ ସିଂଙ୍କ ଘରୁ ଗୋଟିଏ କୁକୁଡ଼ାକୁ ନେଇଯାଇ ଥିଲା। ପଟେଲଙ୍କ ପୁଅ ସୁକୁରା ଓ ତାଙ୍କ ସାଙ୍ଗ ରଞ୍ଜନ ଏହା ଦେଖିବା ମାତ୍ରେ କଟାସଟିକୁ ମାରିବାକୁ ଗୋଡ଼ାଇଥିଲେ। କଟାସଟି ପ୍ରାଣ ବିକଳରେ ଏକ ଗାତ ଭିତରେ ପଶି ଯାଇଥିଲା। ରଞ୍ଜନ ଏକ ବାଡ଼ି ଗାତ ଭିତରକୁ ପୂରାଇ କେଞ୍ଚି ଥିଲେ। ଏହା ପରେ ଗାତ […]

fireing

Rakesh Mallick
  • Published: Monday, 23 May 2016
  • , Updated: 23 May 2016, 10:20 AM IST

ଉଦଳା: ମୟୂରଭଞ୍ଜ ଜିଲ୍ଲା ଦେବଳା ପଞ୍ଚାୟତ ଅନ୍ତର୍ଗତ ଗଣ୍ଡିଦର ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। କଟାସଟିଏ ଗାଁର ପଟେଲ ସିଂଙ୍କ ଘରୁ ଗୋଟିଏ କୁକୁଡ଼ାକୁ ନେଇଯାଇ ଥିଲା। ପଟେଲଙ୍କ ପୁଅ ସୁକୁରା ଓ ତାଙ୍କ ସାଙ୍ଗ ରଞ୍ଜନ ଏହା ଦେଖିବା ମାତ୍ରେ କଟାସଟିକୁ ମାରିବାକୁ ଗୋଡ଼ାଇଥିଲେ। କଟାସଟି ପ୍ରାଣ ବିକଳରେ ଏକ ଗାତ ଭିତରେ ପଶି ଯାଇଥିଲା। ରଞ୍ଜନ ଏକ ବାଡ଼ି ଗାତ ଭିତରକୁ ପୂରାଇ କେଞ୍ଚି ଥିଲେ। ଏହା ପରେ ଗାତ ଭିତରେ ପଡ଼ିଥିବା ଏକ ବନ୍ଧୁକରୁ ଗୁଳି ଫୁଟି ଥିଲା। ଗାତ ସମ୍ମୁଖରେ ଛିଡ଼ା ହୋଇଥିବା ସୁକୁରାର ଦେହରେ ତିନୋଟି ଗୁଳି ବାଜି ଥିଲା। ତାର ଡାହାଣ ଗୋଡ଼, ଜଙ୍ଘ ଓ ହାତରେ ଗୁଳି ବାଜିଛି। ଗୁଳି ଫୁଟିବା ଶବ୍ଦ ଶୁଣି ପରିବାର ଲୋକେ ଘଟଣାସ୍ଥଳକୁ ଯାଇଥିଲେ। ସୁକୁରାକୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related story