ବ୍ରହ୍ମ ପରିବର୍ତ୍ତନ ସମୟରେ ମୋବାଇଲ ନେବା ପରମ୍ପରା ବିରୋଧୀ: ଗଜପତି ମହାରାଜ

ପୁରୀ: ଶ୍ରୀଜିଉଙ୍କ ବ୍ରହ୍ମ ପରିବର୍ତ୍ତନରେ ହୋଇଥିବା ବିଭ୍ରାଟର ନୀରପେକ୍ଷ ତଦନ୍ତ କରାଯିବାକୁ ଗଜପତି ମହାରାଜ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହି ଘଟଣାରେ ଦୋଷୀଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି । ସେହିପରି ବ୍ରହ୍ମ ପରିବର୍ତ୍ତନ ବେଳେ ମନ୍ଦିର ଭିତରକୁ ମୋବାଇଲ ନେବା ଘଟଣାକୁ ଗଜପତି ମହାରାଜ ତିବ୍ର ବିରୋଧ କରିଛନ୍ତି । ଏହା ପରମ୍ପରା ବିରୋଧୀ ଓ ନିଷିଦ୍ଧ କାର୍ଯ୍ୟ ବୋଲି ସେ କହିଛନ୍ତି । ଶ୍ରୀଜିଉଙ୍କ ଗୋପନ […]

gajapati

Rakesh Mallick
  • Published: Thursday, 25 June 2015
  • , Updated: 25 June 2015, 04:38 AM IST

ପୁରୀ: ଶ୍ରୀଜିଉଙ୍କ ବ୍ରହ୍ମ ପରିବର୍ତ୍ତନରେ ହୋଇଥିବା ବିଭ୍ରାଟର ନୀରପେକ୍ଷ ତଦନ୍ତ କରାଯିବାକୁ ଗଜପତି ମହାରାଜ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହି ଘଟଣାରେ ଦୋଷୀଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି । ସେହିପରି ବ୍ରହ୍ମ ପରିବର୍ତ୍ତନ ବେଳେ ମନ୍ଦିର ଭିତରକୁ ମୋବାଇଲ ନେବା ଘଟଣାକୁ ଗଜପତି ମହାରାଜ ତିବ୍ର ବିରୋଧ କରିଛନ୍ତି । ଏହା ପରମ୍ପରା ବିରୋଧୀ ଓ ନିଷିଦ୍ଧ କାର୍ଯ୍ୟ ବୋଲି ସେ କହିଛନ୍ତି । ଶ୍ରୀଜିଉଙ୍କ ଗୋପନ ନୀତି ସମ୍ପାଦନ କାର୍ଯ୍ୟ ଅତ୍ୟନ୍ତ ଗୋପନୀୟ । ଏହା ଜାଣିବା ସତ୍ତ୍ୱେ ସେବାୟତମାନେ ମୋବାଇଲ ନେବାକୁ ସେ ନିନ୍ଦା କରିଛନ୍ତି । ଆଇନମନ୍ତ୍ରୀ ଅରୁଣ ସାହୁ ଦାରୁ ଛେଦନ ସମୟରେ ଦଇତାପତିମାନଙ୍କ ସହ ଶୋଇବାକୁ ନେଇ ମଧ୍ୟ ଜଗପତି ମହାରାଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏପରି କରାଯିବା ଉଚିତ ନ ଥିଲା ବୋଲି ଜଗପତି ମହାରାଜ କହିଛନ୍ତି ।

Related story