ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ: ଦୁଇ ଦଇତାପତି ନିଲମ୍ବିତ

ଭୁବନେଶ୍ୱର: ଘଟ ପରିବର୍ତ୍ତନ ବିଭ୍ରାଟ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ବୁଧବାର ଦୁଇ ଜଣ ଦଇତାପତିଙ୍କୁ ସେବାରୁ ନିଲମ୍ବନ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ସେମାନେ ହେଲେ ଜୟକୃଷ୍ଣ ଦାସମହାପାତ୍ର ଓ କାଶୀନାଥ ଦାସମହାପାତ୍ର। ଏଦୁହେଁ ବାପ-ପୁଅ। ଏମାନଙ୍କ ଯୋଗୁ ଘଟ ପରିବର୍ତ୍ତନରେ ବିଳମ୍ବ ହେଲା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ, କାଶୀନାଥ ଦାସମହାପାତ୍ର ହେଉଛନ୍ତି ଦଇତାପତି ନିଯୋଗ ସଭାପତି ରାମକୃଷ୍ଣ ଦାସମହାପାତ୍ରଙ୍କ ବଡ଼ ଭାଇ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଘଟ […]

jayakrushnadasmohapatra

Rakesh Mallick
  • Published: Wednesday, 24 June 2015
  • , Updated: 24 June 2015, 03:05 PM IST

ଭୁବନେଶ୍ୱର: ଘଟ ପରିବର୍ତ୍ତନ ବିଭ୍ରାଟ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ବୁଧବାର ଦୁଇ ଜଣ ଦଇତାପତିଙ୍କୁ ସେବାରୁ ନିଲମ୍ବନ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ସେମାନେ ହେଲେ ଜୟକୃଷ୍ଣ ଦାସମହାପାତ୍ର ଓ କାଶୀନାଥ ଦାସମହାପାତ୍ର। ଏଦୁହେଁ ବାପ-ପୁଅ। ଏମାନଙ୍କ ଯୋଗୁ ଘଟ ପରିବର୍ତ୍ତନରେ ବିଳମ୍ବ ହେଲା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ, କାଶୀନାଥ ଦାସମହାପାତ୍ର ହେଉଛନ୍ତି ଦଇତାପତି ନିଯୋଗ ସଭାପତି ରାମକୃଷ୍ଣ ଦାସମହାପାତ୍ରଙ୍କ ବଡ଼ ଭାଇ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଘଟ ପରିବର୍ତ୍ତନରେ ବିଳମ୍ବ ପାଇଁ ମୁଖ୍ୟତଃ ଜୟକୃଷ୍ଣ ଦାସମହାପାତ୍ର ଦାୟୀ। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ଏହି ପ୍ରମାଣ ହେଉଛି। ଘଟ ପରିବର୍ତ୍ତନ କରିବା ପାଇଁ ଯେତେବେଳେ ଚାରି ବାଡ଼ଗ୍ରାହୀ ଅଣସର ଘରକୁ ଯାଉଥିଲେ ସେତେବେଳେ ଜୟକୃଷ୍ଣ ଦାସମହାପାତ୍ର ସେମାନଙ୍କୁ ବାଧା ଦେଇଥିଲେ। ଜୟକୃଷ୍ଣ ଚାହୁଁଥିଲେ ତାଙ୍କ ବାପା କାଶୀନାଥ ଦାସମହାପାତ୍ର ମଧ୍ୟ ଘଟ ପରିବର୍ତ୍ତନ ଦେଖିବେ। ତେଣୁ ସେ ଜୋରଜବରଦସ୍ତି ତାଙ୍କ ବାପାଙ୍କୁ ଅଣସର ଘର ଭିତରକୁ ଭର୍ତ୍ତି କରିବାକୁ ଚାହୁଁଥିଲେ। ଆଉ ସେଇଥିରୁ ଆରମ୍ଭ ହୋଇଗଲା ଯୁକ୍ତିତର୍କ। ସେଥିପାଇଁ ଘଟ ପରିବର୍ତ୍ତନରେ ବିଳମ୍ବ ହେଲା। ଏଥିପାଇଁ ଜୟକୃଷ୍ଣ ଓ ତାଙ୍କ ବାପା କାଶୀନାଥ ଦାସମହାପାତ୍ରଙ୍କୁ ଦଇତା ସେବାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଆଇନ ଧାରା ୨୧-୧ ଅନୁଯାୟୀ ଏହି ଦୁଇ ଦଇତାପତିଙ୍କୁ ନିଲମ୍ବିତ କରାଯାଇଛି ବୋଲି ସୁରେଶ ମହାପାତ୍ର କହିଛନ୍ତି।

ସେ କହିଛନ୍ତି, ଏହି ଘଟଣାରେ ଏଯାବତ ଚାରି ଜଣ ଯାକ ବାଡ଼ଗ୍ରାହୀଙ୍କ ସମେତ ମୋଟ ୯ ଜଣଙ୍କୁ ପଚରାଉଚରା କରାଯାଇଛି। ଏଥିରୁ ପ୍ରମାଣ ମିଳିଛି ଯେ ଜୟକୃଷ୍ଣ ଦୋଷୀ।ତଦନ୍ତ ଜାରି ରହିଛି। ଆଗକୁ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୁଦ୍ଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନ୍ୟପକ୍ଷରେ ଜୟକୃଷ୍ଣ ଦାସମହାପାତ୍ର କହିଛନ୍ତି ଯେ ନିଲମ୍ବିତ ହେଲା ଭଳି ସେ କୌଣସି କାର୍ଯ୍ୟ କରି ନଥିଲେ। ସେ ଜଗନ୍ନାଥଙ୍କର ଜଣେ ଶୃଙ୍ଖଳିତ ସେବକ। ରେକର୍ଡ ଅଫ୍ ରାଇଟସ୍ ଅନୁଯାୟୀ ବାପା ଘଟ ପରିବର୍ତ୍ତନ ଦେଖିବାକୁ ଯାଉଥିଲେ।

ସେହିଭଳି ଜୟକୃଷ୍ଣଙ୍କ ବାପା କାଶୀନାଥ ଦାସମହାପାତ୍ର କହିଛନ୍ତି ଯେ ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସକଙ୍କ ପାଖରୁ କାରଣ ଦର୍ଶାଅ ନୋଟିସ୍ ଆସି ନାହିଁ। ଆମର ପକ୍ଷ ନଜାଣି କିଭଳି ଆମକୁ ନିଲମ୍ବିତ କରାଯାଇପାରିବ। ଏହି ନିଲମ୍ବିନର କୌଣସି ଅର୍ଥ ନାହିଁ। ରେକର୍ଡ ଅଫ୍ ରାଇଟସ୍ ଅନୁସାରେ ସେ ଘଟ ପରିବର୍ତ୍ତନ ଦେଖିବା ପାଇଁ ଯାଉଥିଲେ। ପୁଣି ସେ ଏକା ନୁହନ୍ତି, ଆହୁରି ମଧ୍ୟ କେତେ ଜଣ ଯାଇଥିଲେ। ଏଣୁ କାହାର ପ୍ରରୋଚନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ନ୍ୟାୟ ନ ମିଳିଲେ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

Related story