ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ଖୋଲିଲା ପୁରୀ ଜିଲ୍ଲା ବ୍ରହ୍ମଗିରି ଅଲାରନାଥ ମନ୍ଦିର । ଦୀର୍ଘ ୯ ମାସ ପରେ ଆଜି ଭୋର ୪ଟାରୁ ଅଲାରନାଥଙ୍କ ସିଂହଦ୍ୱାର ଖୋଲିଛି । ଦ୍ୱାର ଫିଟାଯିବା ପରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି ଓ ଅବକାଶ ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଭକ୍ତମାନେ ସାମାଜିକ ଦୂରତା ବଜାୟ ରଖି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଦୀର୍ଘ ୯ ମାସ ପରେ ମନ୍ଦିର ଖୋଲିଥିବାରୁ ଭକ୍ତମାନେ ଭାବବିହ୍ୱଳ ହୋଇପଡୁଥିବା ଦେଖିବାକୁ ମିଳୁଛି ।
ସେହିପରି କାକଟପୁରର ମା ମଙ୍ଗଳା ମଧ୍ୟ ଆଜି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ସକାଳୁ ସକାଳୁ ମାଙ୍କ ଦୈନନ୍ଦିନ ନୀତିକାନ୍ତି ପରେ ମନ୍ଦିର ପହଡ଼ ଖୋଲିଥିଲା । ଭକ୍ତମାନଙ୍କ ପ୍ରବେଶ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । କରୋନା କଟକଣା ସହ ମାସ୍କ, ସାନିଟାଇଜେସନ୍ ବାଧ୍ୟତାମୂଳକ କରାଯାଇଛି। ମଙ୍ଗଳା ମନ୍ଦିରର ପୂର୍ବ ଦ୍ୱାରରେ ପବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ଖୁବ୍ ଶୀଘ୍ର ହେବ ପରୀକ୍ଷାମୂଳକ ବ୍ୟବସ୍ଥା
ବର୍ଷ ଆରମ୍ଭରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ପ୍ରକ୍ରିୟା। ଏହା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତା ୨୮ କିମ୍ବା ୨୯ ତାରିଖରେ ପରୀକ୍ଷାମୂଳକ ବ୍ୟବସ୍ଥା କରାଯିବ ।
Crime
ବିଲରେ ଧାନ ଗଜା ଦେଖି ସହି ପାରୁନି ଚାଷୀ; ଜଣେ ଝୁଲି ପଡ଼ିଲେ, ଜଣେ ଟଳିପଡ଼ିଲେ
ଦୁଇ ଦିନ ହେଲା ବର୍ଷା ଯୋଗୁ ବିଲରେ ପାଚିଲା ଧାନ ଗଜା ହେଲାଣି। ଓଦା ଧାନକୁ ଦେଖି ଚାଷୀର ଆଖି ବି ଓଦା ହୋଇ ଯାଉଛି।
Crime
ବିବାହିତ ହୋଇ ବି ପାଲଟିଥିଲେ ପ୍ରେମ ପକ୍ଷୀ; ଦେଖାଦେଲା ଝଡ଼, ମିଳିଲା ଝୁଲନ୍ତା ମୃତଦେହ
ଘର ସଂସାର ଥାଇ ବି ଅନ୍ୟ ପ୍ରେମରେ ହେଉଥିଲେ ମତୁଆଲା। ମାତ୍ର ଦୁନିଆ ଏହି କଳଙ୍କିତ ପ୍ରେମକୁ ଗ୍ରହଣ କରି ନ ଥିଲା। ଫଳରେ ଉଭୟ ଫେରାର ହୋଇ ଯାଇଥିଲେ। ଆଉ ଫେରାର ହେବାର ପ୍ରାୟ ସପ୍ତାହେ ପରେ ମିଳିଛି ଉଭୟଙ୍କ ଝୁଲନ୍ତା ମୃତଦେହ।
Crime
ଭିଜିଲାନ୍ସ ପଞ୍ଝାରେ ARI; ୮ଟି ସ୍ଥାନରେ ଚାଲିଛି ଚଢାଉ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୋରିଗୁମ୍ମା ତହସିଲ ARI ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍ ।
Accident
୩୦ଫୁଟ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଚାପି ହୋଇଗଲେ ଡ୍ରାଇଭର
୩୦ଫୁଟ୍ ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍ । ଟ୍ରକ ଭିତରେ ଚାପି ହୋଇ ରହିଛି ଚାଳକଙ୍କ ମୃତଦେହ ।