ବଢ଼ିଲା ‘ବ୍ରହ୍ମୋସ୍‌’ର ଲକ୍ଷ୍ୟଭେଦ କ୍ଷମତା

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଚାନ୍ଦିପୁର ଆଇଟିଆରରୁ ଆଜି ସକାଳେ ‘ବ୍ରହ୍ମୋସ୍‌’ର ସଫଳ ପରୀକ୍ଷଣ  ହୋଇଛି। ସକାଳ ୮ଟା ୪୫ରେ ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଏହି ସୁପର୍ସୋନିକ୍ କ୍ରୁଜ୍ ମିସାଇଲ୍‌ର ପରୀକ୍ଷଣ ହୋଇଥିଲା । ଏଥିରେ ଲାଇଫ୍ ଏକ୍ସଟେନ୍ସନ୍ ଟେକ୍ନୋଲଜି ବ୍ୟବହାର କରାଯାଇଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୨୯୦ କିଲୋମିଟରରୁ ୪ଶହ କିଲୋମିଟରକୁ ବୃଦ୍ଧି ପାଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭାରତ ଓ ଋଷର ମିଳିତ ସହଯୋଗରେ ନିର୍ମିତ କ୍ଷେପଣାସ୍ତ୍ର […]

bls-1

Niharika Rout
  • Published: Tuesday, 17 December 2019
  • , Updated: 17 December 2019, 11:12 AM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଚାନ୍ଦିପୁର ଆଇଟିଆରରୁ ଆଜି ସକାଳେ ‘ବ୍ରହ୍ମୋସ୍‌’ର ସଫଳ ପରୀକ୍ଷଣ  ହୋଇଛି। ସକାଳ ୮ଟା ୪୫ରେ ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଏହି ସୁପର୍ସୋନିକ୍ କ୍ରୁଜ୍ ମିସାଇଲ୍‌ର ପରୀକ୍ଷଣ ହୋଇଥିଲା । ଏଥିରେ ଲାଇଫ୍ ଏକ୍ସଟେନ୍ସନ୍ ଟେକ୍ନୋଲଜି ବ୍ୟବହାର କରାଯାଇଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୨୯୦ କିଲୋମିଟରରୁ ୪ଶହ କିଲୋମିଟରକୁ ବୃଦ୍ଧି ପାଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଭାରତ ଓ ଋଷର ମିଳିତ ସହଯୋଗରେ ନିର୍ମିତ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ୍‌କୁ କ୍ଷେପଣାସ୍ତ୍ର ବିଧ୍ୱଂସକାରୀ ଭାବେ ବ୍ୟବହାର କରାଯାଇଥାଏ । ୮.୪ ମିଟର ଲମ୍ବ, ୦.୬ ମିଟର ଓସାର ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ୨.୫ ଟନ୍ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି।

Related story