କଂଗ୍ରେସରେ ମିଶିବାର ପ୍ରଶ୍ନ ଉଠୁନି: ବ୍ରଜ ତ୍ରିପାଠୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଦେଶ କଂଗ୍ରେସରେ ସାଂଗଠନିକସ୍ତରରେ ବ୍ୟାପକ ଅଦଳବଦଳ ହେବାର ସମ୍ଭାବନା ଓ ପିସିସି ପ୍ରଭାରୀ ଏ ଚେଲାକୁମାରଙ୍କ ସହ ସାକ୍ଷାତକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ମୁହଁ ଖୋଲିଛନ୍ତି । ସେ କଂଗ୍ରେସରେ ମିଶିବାର ଯୋଜନା ନାହିଁ କିମ୍ବା କଂଗ୍ରେସ ଯଦି ଏଭଳି ପ୍ରସ୍ତାବ ବି ଦିଏ ତାକୁ ଗ୍ରହଣ କରିବାର ପ୍ରଶ୍ନ ଉଠୁନି ବୋଲି ଶ୍ରୀ ତ୍ରିପାଠୀ ସ୍ପଷ୍ଟ କରିଛନ୍ତି । ଆଜି ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି, […]

Braja-Tripathy

Braja-Tripathy

Ordigital Desk
  • Published: Thursday, 12 May 2022
  • Updated: 12 May 2022, 10:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଦେଶ କଂଗ୍ରେସରେ ସାଂଗଠନିକସ୍ତରରେ ବ୍ୟାପକ ଅଦଳବଦଳ ହେବାର ସମ୍ଭାବନା ଓ ପିସିସି ପ୍ରଭାରୀ ଏ ଚେଲାକୁମାରଙ୍କ ସହ ସାକ୍ଷାତକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ମୁହଁ ଖୋଲିଛନ୍ତି । ସେ କଂଗ୍ରେସରେ ମିଶିବାର ଯୋଜନା ନାହିଁ କିମ୍ବା କଂଗ୍ରେସ ଯଦି ଏଭଳି ପ୍ରସ୍ତାବ ବି ଦିଏ ତାକୁ ଗ୍ରହଣ କରିବାର ପ୍ରଶ୍ନ ଉଠୁନି ବୋଲି ଶ୍ରୀ ତ୍ରିପାଠୀ ସ୍ପଷ୍ଟ କରିଛନ୍ତି ।

ଆଜି ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି, ପିସିସି ପ୍ରଭାରୀ ଏ ଚେଲାକୁମାର ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । କଂଗ୍ରେସରେ ମିଶିବା ନେଇ କୌଣସି ପ୍ରସ୍ତାବ ଦେଇନାହାନ୍ତି । କିମ୍ବା କଂଗ୍ରେସରୁ ଏନେଇ ପ୍ରସ୍ତାବ ଆସିଲେ ମଧ୍ୟ ତାକୁ ଗ୍ରହଣ କରିବାର ପ୍ରଶ୍ନ ଉଠୁନି । ସେ କଂଗ୍ରେସରେ ମିଶିପାରନ୍ତି ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ଭିତ୍ତିହୀନ । ସମାଜବାଦୀ ଆନ୍ଦୋଳନରୁ ଆସିଛି । ସମାଜବାଦୀ ଚିନ୍ତାଧାରାସମ୍ପନ୍ନ ଦଳ ଓ ସଂଗଠନ ସହ ରହିବି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

ସୂଚନାେଯୋଗ୍ୟ, ପିସିସି ସଭାପତି ଓ କଂଗ୍ରେସ ବିଧାୟକ ଦଳ ନେତା ପରିବର୍ତ୍ତନକୁ ନେଇ ଚର୍ଚ୍ଚା ମଧ୍ୟରେ ପିସିସି ପ୍ରଭାରୀ ଶ୍ରୀ ଚେଲାକୁମାର ଓଡ଼ିଶା ଗସ୍ତରେ ଆସି ରାଜ୍ୟର କିଛି ବରିଷ୍ଠ ଅଣକଂଗ୍ରେସ ନେତାମାନଙ୍କୁ ସାକ୍ଷାତ କରିଥିଲେ । ଯାହାକୁ ନେଇ ରାଜନୀତିକ ସରଗରମ ବୃଦ୍ଧି ପାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos