ବ୍ରହ୍ମ ପରିବର୍ତ୍ତନ ନୀତି ସମ୍ପାଦନରେ ମୋ ତରଫରୁ ତ୍ରୁଟି ହୋଇନାହିଁ: ଗଜପତି ମହାରାଜ

ପୁରୀ: ମହାପ୍ରଭୁଙ୍କ ବ୍ରହ୍ମ ପରିବର୍ତ୍ତନରେ ବିଳମ୍ବ ଘଟିବାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ସାରା ବିଶ୍ୱରେ ଅଗଣିତ ଭକ୍ତ ମହାପ୍ରଭୁଙ୍କ ବ୍ରହ୍ମ ପରିବର୍ତ୍ତନକୁ ଚାତକ ପରି ଅନାଇ ବସିଥିବା ବେଳେ ଏ ନେଇ ବିଳମ୍ବ ଘଟିବାକୁ ନାପସନ୍ଦ କରିଛନ୍ତି । ବ୍ରହ୍ମ ପରିବର୍ତ୍ତନରେ ବିଳମ୍ବକୁ ନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି । ଓଟିଭିକୁ ଫୋନ ଯୋଗେ ନିଜ ପ୍ରତିକ୍ରିୟା ଦେଇ ଗଜପତି ମହାରଜ କହିଛନ୍ତି ଯେ, ତାଙ୍କ […]

gajapati

Rakesh Mallick
  • Published: Wednesday, 17 June 2015
  • , Updated: 17 June 2015, 06:59 AM IST

ପୁରୀ: ମହାପ୍ରଭୁଙ୍କ ବ୍ରହ୍ମ ପରିବର୍ତ୍ତନରେ ବିଳମ୍ବ ଘଟିବାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ସାରା ବିଶ୍ୱରେ ଅଗଣିତ ଭକ୍ତ ମହାପ୍ରଭୁଙ୍କ ବ୍ରହ୍ମ ପରିବର୍ତ୍ତନକୁ ଚାତକ ପରି ଅନାଇ ବସିଥିବା ବେଳେ ଏ ନେଇ ବିଳମ୍ବ ଘଟିବାକୁ ନାପସନ୍ଦ କରିଛନ୍ତି । ବ୍ରହ୍ମ ପରିବର୍ତ୍ତନରେ ବିଳମ୍ବକୁ ନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି । ଓଟିଭିକୁ ଫୋନ ଯୋଗେ ନିଜ ପ୍ରତିକ୍ରିୟା ଦେଇ ଗଜପତି ମହାରଜ କହିଛନ୍ତି ଯେ, ତାଙ୍କ ତରଫରୁ ନୀତି ସମ୍ପାଦନରେ କୌଣସି ବିଳମ୍ୱ ହୋଇନାହିଁ । ସୋମବାର ରାତିରେ କୋଇଲି ବୈକୁଣ୍ଠରେ ଚାଲିଥିବା ମହାଯଜ୍ଞର ପୂର୍ଣ୍ଣାହୁତି ନିମନ୍ତେ ଶ୍ରୀନଅରକୁ ସୂଚନା ଆସିବା ମାତ୍ରେ ସେ ଯଥା ସମୟରେ ପହଞ୍ଚି ଯାଇ ଦାୟିତ୍ୱ ସମ୍ପାଦନ କରିଥିଲେ । ତେବେ କେଉଁ କାରଣରୁ ବିଳମ୍ୱ ଘଟିଲା ସେ ନେଇ ଗଜପତି ମହାରାଜ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ଅନ୍ୟପକ୍ଷେ ବିରୋଧି ଦଳ ନେତା ନରସିଂହ ମିଶ୍ର ବ୍ରହ୍ମ ପରିବର୍ତ୍ତନରେ ବିଳମ୍ବକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏହି କାର୍ଯ୍ୟରେ ଚରମ ଅବହେଳା କରାଯାଇଛି । ସରକାର ବ୍ରହ୍ମ ପରିବର୍ତ୍ତନ କାର୍ଯ୍ୟ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଶ୍ରୀମନ୍ଦିରରେ ନୀତି, ନିୟମ ଓ ପରମ୍ପରାକୁ ଭଙ୍ଗ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏହାସହ ବ୍ରହ୍ମ ପରିବର୍ତ୍ତନ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ସାଧାରଣରେ ଉତ୍ତର ରଖିବାକୁ ସେ ଦାବି କରିଛନ୍ତି । ସେହିପରି ଶତାବ୍ଦୀର ପ୍ରଥମ ନବକଳେବରରେ ବ୍ରହ୍ମ ପରିବର୍ତ୍ତନ ନୀତିରେ ବିଳମ୍ୱ ନେଇ ଶ୍ରୀମନ୍ଦିର ପ୍ରଶାସନ ଅନୁଧ୍ୟାନ କରିବ ବୋଲି କହିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର। କହିଛନ୍ତି ଯେ, ନୂଆ ବିଗ୍ରହଙ୍କଠାରେ ବ୍ରହ୍ମ ସଂସ୍ଥାପନ ଓ ପୁରୁଣା ବିଗ୍ରହକୁ ପାତାଳି କରିବା ନୀତିରେ କାହିଁକି ବିଳମ୍ୱ ଘଟିଲା ତାହାର ଅନୁଧ୍ୟାନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯିବ । ଏଥିରେ କୌଣସି ତ୍ରୁଟି ଥିବା ଜଣାପଡେଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଘଟ ପରିବର୍ତ୍ତନ ନୀତି ବିଳମ୍ୱ ନେଇ ଶ୍ରୀମନ୍ଦିର ପ୍ରଶାସନ ଅନୁଧ୍ୟାନକୁ ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର ସ୍ୱାଗତ କରିଛନ୍ତି । ତେବେ ବ୍ରହ୍ମ ପରିବର୍ତ୍ତନରେ ବିଳମ୍ବ ହୋଇଥିବା ଯେଉଁ ଆଲୋଚନା ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି । ଠିକ ସମୟରେ ମହାପ୍ରଭୁଙ୍କ ବ୍ରହ୍ମ ପରିବର୍ତ୍ତନ ହୋଇଥିବା ସେ କହିଛନ୍ତି ।

Related story