ବ୍ରହ୍ମପୁର: ଆଜିଠାରୁ ବେଳାଭୂମି ମହୋତ୍ସବ

ବ୍ରହ୍ମପୁର: ଆଜି ସନ୍ଧ୍ୟାରେ ଗଞ୍ଜମ ଜିଲ୍ଲା ଗୋପାଳପୁରଠାରେ ବେଳାଭୂମି ମହୋତ୍ସବ ଆରମ୍ଭ ହେବ। ଏଥିପାଇଁ ମହୋତ୍ସବ କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ଏହି ୫ଦିନ ବ୍ୟାପି କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅନ୍ୟପଟେ ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ହୋଟେଲ ଶିଳ୍ପର ବିକାଶ ମହୋତ୍ସବ ଆୟୋଜନ ଅନ୍ୟତମ ଉଦ୍ଦେଶ୍ୟ ବୋଲି ଜିଲ୍ଲା ହୋଟେଲ ସଂଘ ସଭାପତି କହିଛନ୍ତି। ୧୯୯୬ ମସିହାରୁ ଜିଲ୍ଲା ପ୍ରାଶସନ ଓ ଜିଲ୍ଲା ହୋଟେଲ […]

bramhapur

Rakesh Mallick
  • Published: Thursday, 24 December 2015
  • , Updated: 24 December 2015, 05:39 AM IST

ବ୍ରହ୍ମପୁର: ଆଜି ସନ୍ଧ୍ୟାରେ ଗଞ୍ଜମ ଜିଲ୍ଲା ଗୋପାଳପୁରଠାରେ ବେଳାଭୂମି ମହୋତ୍ସବ ଆରମ୍ଭ ହେବ। ଏଥିପାଇଁ ମହୋତ୍ସବ କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ଏହି ୫ଦିନ ବ୍ୟାପି କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅନ୍ୟପଟେ ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ହୋଟେଲ ଶିଳ୍ପର ବିକାଶ ମହୋତ୍ସବ ଆୟୋଜନ ଅନ୍ୟତମ ଉଦ୍ଦେଶ୍ୟ ବୋଲି ଜିଲ୍ଲା ହୋଟେଲ ସଂଘ ସଭାପତି କହିଛନ୍ତି।

୧୯୯୬ ମସିହାରୁ ଜିଲ୍ଲା ପ୍ରାଶସନ ଓ ଜିଲ୍ଲା ହୋଟେଲ ସଂଘର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି ମହୋତ୍ସବର ଶେଷ ପ୍ରସ୍ତୁତି ବୈଠକରେ ଏହାର ଲୋଗୋ ଉନ୍ମୋଚିତ ହୋଇଥିଲା। ସେପଟେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ପଲ୍ଲିଶ୍ରୀ ମେଳା ଓ ବାଣିଜ୍ୟ ମେଳା ମହୋତ୍ସବ ଅନ୍ୟତମ ଆକର୍ଷଣ ହେବ ବୋଲି ମହୋତ୍ସବ ସଂଯୋଜକ କହିଛନ୍ତି।

Related story