ଏସ୍‌ଇଜେଡ୍‌ ଓ ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ଜନଶୁଣାଣିରେ ଉତ୍ତେଜନା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଟାଟା ଷ୍ଟିଲ୍‌ ସ୍ପେସିଆଲ ଇକୋନୋମିକ୍‌ ଜୋନରେ ଏସ୍‌ଇଜେଡ୍‌ ଓ ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ନିର୍ମାଣ ପାଇଁ ଆଜି ହୋଇଥିବା ଜନଶୁଣାଣିରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିବା ସହ ଜନଶୁଣାଣି କାର୍ଯ୍ୟକ୍ରମ ଆଗକୁ ଆଗେଇ ଥିଲା। ଆଜି ବ୍ରହ୍ମପୁର ବିଦ୍ୟାଳୟର ଖେଳ ପଡ଼ିଆରେ ଏସ୍‌ଇଜେଡ୍‌ ଓ ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ପାଇଁ ଜନ ଶୁଣାଣି ଆରମ୍ଭ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଦାସ ଅଧ୍ୟକ୍ଷତା କରିଥିବାବେଳେ […]

bramhapur

Rakesh Mallick
  • Published: Friday, 02 December 2016
  • , Updated: 02 December 2016, 08:55 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଟାଟା ଷ୍ଟିଲ୍‌ ସ୍ପେସିଆଲ ଇକୋନୋମିକ୍‌ ଜୋନରେ ଏସ୍‌ଇଜେଡ୍‌ ଓ ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ନିର୍ମାଣ ପାଇଁ ଆଜି ହୋଇଥିବା ଜନଶୁଣାଣିରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିବା ସହ ଜନଶୁଣାଣି କାର୍ଯ୍ୟକ୍ରମ ଆଗକୁ ଆଗେଇ ଥିଲା।

ଆଜି ବ୍ରହ୍ମପୁର ବିଦ୍ୟାଳୟର ଖେଳ ପଡ଼ିଆରେ ଏସ୍‌ଇଜେଡ୍‌ ଓ ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ପାଇଁ ଜନ ଶୁଣାଣି ଆରମ୍ଭ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଦାସ ଅଧ୍ୟକ୍ଷତା କରିଥିବାବେଳେ ଟାଟା କର୍ତ୍ତୃପକ୍ଷ ସୁଶାନ୍ତ ମିଶ୍ର, ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ଼ ଅଧିକାରୀଙ୍କ ସମେତ ବିସ୍ଥାପିତ ଓ ବିଭିନ୍ନ ସଙ୍ଗଠନର ପ୍ରତିନିଧି, ଶ୍ରମିକ ନେତା, ପୂର୍ବତନ ବିଧାୟକ ଏବଂ ବିଡିଓ ଯୋଗ ଦେଇଥିଲେ। ତେବେ ପ୍ରକଳ୍ପ ପାଇଁ ବିସ୍ଥାପିତ ହେଉଥିବା ପ୍ରକୃତ ହିତାଧିକାରୀଙ୍କୁ ଡକାଯାଇ ନ ଥିବା ଓ ଶୁଣାଣି ପାଇଁ ନାମ ଡକାରେ ପାତରଅନ୍ତର କରାଯାଉଥିବା ଅଭିଯୋଗ କରି ଗୋଟିଏ ଗୋଷ୍ଠୀ ସଭା ମଣ୍ଡପକୁ ଚଢ଼ି ହୋ-ହାଲ୍ଲା କରିଥିଲେ। ସେମାନଙ୍କୁ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଶାସନିକ ଅଧିକାରୀମାନେ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

Related story