କଁଅଳ ପେଟରେ ତତଲା ତମ୍ବା ତାରରେ ଚେଙ୍କ, ଦେଖନ୍ତୁ ଏକ୍ସକ୍ଲୁସିଭ୍‌ ଭିଡିଓ

Ordigital Desk
  • Published: Monday, 15 January 2018
  • , Updated: 15 January 2018, 09:07 PM IST
<p>ଢେଙ୍କାନାଳ,(ଓଡ଼ିଶା ରିପୋର୍ଟର):ବିଜ୍ଞାନ ଯେତେ ଆଗକୁ ଗଲେ ବି ସମାଜରୁ ଦୂର ହେଉନି ଅନ୍ଧ ବିଶ୍ୱାସ। &nbsp;&nbsp;ଯେତେ ଚେଷ୍ଟା ଯେତେ ଉଦ୍ୟମ ହେଲେ ବି କୁସଂସ୍କାର କବଳରୁ ମୁକୁଳି ପାରୁନି ମଣିଷ। &nbsp;ପରମ୍ପରାକୁ ବିଶ୍ୱାସ କରି ରୋଗ ଭଲ କରିବାକୁ କଅଁଳ ଛୁଆଙ୍କୁ ଦିଆଯାଉଛି ଚେଙ୍କ ଚିକିତ୍ସା। &nbsp;ଏଠି ଜଣେ ଦି ଜଣଙ୍କ କଥା ନୁହେଁ, ମକର ସଂକ୍ରାନ୍ତିରେ ଗାଁର ଅଧିକାଂଶ କଅଁଳ ଛୁଆଙ୍କୁ ପରମ୍ପରା ନାଁରେ ଚେଙ୍କର ଶିକାର ହେବାକୁ ପଡ଼ିଛି। &nbsp;ଢେଙ୍କାନାଳ ଭୁବନ ବ୍ଲକ ଥୋରିଆଛନ୍ଦା ଗାଁରେ ଘଟିଛି ଏମିତି ଘଟଣା।</p> <p>ବିଶ୍ୱାସ ଓ ପରମ୍ପରା ନାଁରେ ଜୀବନ ସହ ଖେଳ ଚିକିତ୍ସା ନାଁରେ କୋମଳମତି ଶିଶୁଙ୍କୁ ଅକଥନୀୟ ଯନ୍ତ୍ରଣା। &nbsp;କଁଅଳ ବୟସରେ ପେଟର ପତଳା ଚମଡ଼ା ଉପରେ ଲଗାଇ ଦିଆଯାଉଛି ତତଲା ତମ୍ବା ତାରର ଚେଙ୍କ। ଏପଟେ ଚେଙ୍କ ଯନ୍ତ୍ରଣାରେ ଚିତ୍କାର ଛାଡ଼ି ଛଟପଟ ହେଉଥିଲେ ବି ସେଥିପ୍ରତି ଯେମିତି କାହିରି ନିଘା ନାହିଁ । କାରଣ ଶିଶୁଙ୍କ ମଙ୍ଗଳମନାସୀ ଏମିତି ଭୟଙ୍କର ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇଛନ୍ତି ଢେଙ୍କାଳନାଳ ଥୋରିଆଛନ୍ଦା ଗାଁ ଲୋକେ। &nbsp;ମକର ସଂକ୍ରାନ୍ତିର ଠିକ୍ ପରଦିନ ନବଜାତଠୁ ୫ ବର୍ଷ ବୟସ ପଯର୍ୟନ୍ତ ସବୁ ଶିଶୁଙ୍କୁ ଦିଆଯାଏ ଏଭଳି ନିଷ୍ଠୁର ଚେଙ୍କ। &nbsp;ଖାଲି ଏହି ଗାଁ ନୁହେଁ ଆଖପାଖ, ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟଙ୍କ ଛୁଆଙ୍କୁ ବି ଅଭିଭାବକମାନେ ଦିସାରୀ ପାଖକୁ ନେଇ ଆସନ୍ତି ଚେଙ୍କ ଦେବା ପାଇଁ।ଏପଟେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେଉଥିବା ଏବଂ ଏହାକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଶିଶୁ ସୁରକ୍ଷା କର୍ମୀ ଅନୁରାଧା ମହାନ୍ତି।</p> <p>ଏଠାରେ ପ୍ରଶ୍ନ ଉଠୁଛି ବର୍ଷ ବର୍ଷ ଧରି ଏଭଳି ଅନ୍ଧବିଶ୍ୱାସକୁ ଆପଣାଇ ଆସୁଥିବା ଲୋକଙ୍କ ନିକଟରେ କଣ ସଚେତନତା ଏଯାଏଁ ପହଞ୍ଚିନି &nbsp;ନା ସବୁ ଜାଣି ବି ଦାୟିତ୍ୱବୋଧକୁ ଭୁଲି ଯାଇଛି ପ୍ରଶାସନ?</p>

Related story