ଉଛୁଳୁଛି ଲୁଣା, କରାଣ୍ଡିଆ; କେନ୍ଦ୍ରାପଡ଼ାରେ ଘାଇ, ଆଠଗଡ଼ରେ ଘଳିଆ

କେନ୍ଦ୍ରାପଡ଼ା/ଆଠଗଡ଼(ଓଡ଼ିଶା ରିପୋର୍ଟର): ମହାନଦୀ ଓ ତାର ଶାଖା ନଦୀ ଗୁଡ଼ିକରେ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଚିନ୍ତାରେ ନଦୀ କୂଳିଆ ଲୋକେ । କେନ୍ଦ୍ରାପଡା ଜିଲ୍ଲାର ଲୁଣା, କରାଣ୍ଡିଆ, ଚିତ୍ରୋପୋଳା, ପାଇକା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବା  ବେଳେ ୨ଟି ବ୍ଲକରେ ଘାଇ ସୃଷ୍ଟି ହୋଇଛି। ମାର୍ଶାଘାଇ ବ୍ଲକ ବଳରାମପୁର ଘେରି ବନ୍ଧ ଭାଙ୍ଗି ପଶିଲା ପାଣି । ଫଳରେ ଢିଅବଳରାମପୁର ଗାଁ ସମ୍ପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଗରଦପୁର […]

kendrapara

kendrapara

Niharika Rout
  • Published: Tuesday, 16 August 2022
  • Updated: 16 August 2022, 09:55 AM IST

Sports

Latest News

କେନ୍ଦ୍ରାପଡ଼ା/ଆଠଗଡ଼(ଓଡ଼ିଶା ରିପୋର୍ଟର): ମହାନଦୀ ଓ ତାର ଶାଖା ନଦୀ ଗୁଡ଼ିକରେ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଚିନ୍ତାରେ ନଦୀ କୂଳିଆ ଲୋକେ । କେନ୍ଦ୍ରାପଡା ଜିଲ୍ଲାର ଲୁଣା, କରାଣ୍ଡିଆ, ଚିତ୍ରୋପୋଳା, ପାଇକା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବା  ବେଳେ ୨ଟି ବ୍ଲକରେ ଘାଇ ସୃଷ୍ଟି ହୋଇଛି।

ମାର୍ଶାଘାଇ ବ୍ଲକ ବଳରାମପୁର ଘେରି ବନ୍ଧ ଭାଙ୍ଗି ପଶିଲା ପାଣି । ଫଳରେ ଢିଅବଳରାମପୁର ଗାଁ ସମ୍ପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଗରଦପୁର ବ୍ଲକ୍ ହୁରାସାହି, ଶିଶୁଆ, ସିକିଲୋ ଗାଁ ଏବେ ପାଣି ଘେରରେ ରହିଛି।

ନଦୀ ଜଳ ବୃଦ୍ଧି ଯୋଗୁ ଡେରାବିଷ, ଗରଦପୁର, ମାର୍ଶାଘାଇ ମହାକାଳପଡ଼ାର ତଳିଆ ଅଞ୍ଚଳ ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ମାର୍ଶାଘାଇ ବ୍ଲକର ଅୟତିପୁର ପଞ୍ଚାୟତର ଢ଼ିଅବଳରାମପୁର, ପଖଟ, କଣିବାଙ୍କ, ଜଳପୋକ,ବଟିରା ଗରଦପୁର ବ୍ଲକ୍‌ର ହୁରା ସାହି, ଶିଶୁଆ,ସଠିଲୋ, ସଲାର ଜଳପୋକ ଗାଁ ପାଣି ଘେରରେ ରହିଛି।

[caption id="attachment_757911" align="aligncenter" width="650"]ATHAGARH ଆଠଗଡ଼ରେ ଜଳମଗ୍ନ ଏକ ଘର ।[/caption]

ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ବିଭିନ୍ନ ଦୁର୍ବଳ ନଦୀ ବନ୍ଧ ଓ ତଳିଆ ଅଞ୍ଚଳକୁ ଚିହ୍ନଟ କରାଯାଇ ତାହା ଉପରେ ତୀକ୍ଷଣ ନଜର ରଖା ଯାଇଛି। ବିଶେଷ କରି ତଳିଆ ଅଞ୍ଚଳରେ ଥିବା ୧୫ଟି ପଞ୍ଚାୟତ ଉପରେ ନଜର ରଖା ଯାଇଛି । ଉଦ୍ଧାର ଓ ରିଲିଫ କାର୍ଯ୍ୟ କରିବା ପାଇଁ ଜିଲ୍ଲାରେ ଏନଡ଼ିଆରଏଫର ଗୋଟିଏ ଟିମ, ଓଡ୍ରାଫ ର ଦୁଇଟି ଟିମ ଓ ଅଗ୍ନିଶମ ବିଭାଗ ୪ଟିମ ବ୍ଲକ ରେ ନିୟୋଜିତ ଅଛନ୍ତି।। ବନ୍ୟା ପାଣି ଗାଁରେ ପଶିଲେ ତୁରନ୍ତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏହାବାଦ ଆଠଗଡ଼ ବ୍ଲକର ତିଗିରିଆ ବଉଳାଙ୍ଗ ନିକଟରେ ମହାନଦୀରେ ଘଳିଆ ସୃଷ୍ଟି ହୋଇଛି। ବାଲି ବସ୍ତା ପକାଇ ଘଳିଆ ବନ୍ଦ କରିବାକୁ  ଲୋକେ ଆପ୍ରାଣ ଉଦ୍ୟମ ଚଲାଇଛନ୍ତି । ଉତ୍ତର ବାଙ୍କୀ ବ୍ଲକର ସୁବର୍ଣ୍ଣପୁର ଗାଁ ରାସ୍ତାରେ ୪ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ବନ୍ୟା ଜଳରେ ବହୁ ଘରଦ୍ୱାର ବୁଡ଼ିଥିବା ବେଳେ ଜୀବନ ବଞ୍ଚାଇବା ପାଇଁ ଲୋକେ ହୁଲି ଡଙ୍ଗାରେ ଆସବାପତ୍ର ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos