ଘର ଭିତରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଣେଇ(ରଞ୍ଜିତ ଚୌଧୁରୀ): ବନ୍ଦ ଘର ଭିତରେ ଝୁଲୁଛି ନବବଧୂଙ୍କ ମୃତଦେହ। ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ତାଲା ଭାଙ୍ଗି କୋଠରୀରୁ ନବବଧୂରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ଆଜି ଏପରି ଅଭିଯୋଗ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି। ଟିକାୟତପାଲି ଥାନା ଅନ୍ତର୍ଗତ ସରସରା ଗାଁର ବିଭୂତି ବେହେରା ୫ ବର୍ଷ ଏକ ହତ୍ୟା ମାମଲାରେ ଜେଲ୍‌ ଯାଇଥିଲେ। ଜେଲ ଦଣ୍ଡ ଭୋଗିବା ପରେ ଜାମିନରେ ଆସି ବାବାହ କରିଥିଲେ। ସେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ତାଳମୁଣ୍ଡ ଗାଁ […]

bride

bride

Manoranjan Sial
  • Published: Thursday, 04 March 2021
  • Updated: 04 March 2021, 09:33 PM IST

ବଣେଇ(ରଞ୍ଜିତ ଚୌଧୁରୀ): ବନ୍ଦ ଘର ଭିତରେ ଝୁଲୁଛି ନବବଧୂଙ୍କ ମୃତଦେହ। ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ତାଲା ଭାଙ୍ଗି କୋଠରୀରୁ ନବବଧୂରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ଆଜି ଏପରି ଅଭିଯୋଗ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି।

ଟିକାୟତପାଲି ଥାନା ଅନ୍ତର୍ଗତ ସରସରା ଗାଁର ବିଭୂତି ବେହେରା ୫ ବର୍ଷ ଏକ ହତ୍ୟା ମାମଲାରେ ଜେଲ୍‌ ଯାଇଥିଲେ। ଜେଲ ଦଣ୍ଡ ଭୋଗିବା ପରେ ଜାମିନରେ ଆସି ବାବାହ କରିଥିଲେ। ସେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ତାଳମୁଣ୍ଡ ଗାଁ ଛନ୍ଦେଶ୍ୱେରୀଙ୍କୁ ବିବାହ କରିଥିଲେ। ବିବାହ ପରେ ଛନ୍ଦେଶ୍ୱେରୀଙ୍କ ଉପରେ ନିର୍ଯାତନା ବଢ଼ି ଯାଇଥିଲେ। ଟିକେ ଟିକେ କଥାରେ ତାଙ୍କୁ ମାଡ଼ ମରାଯାଉଥିବା ଅଭିଯୋଗ ହୋଇଥିଲେ।

ତେବେ ବୁଧବାର ବିଭୂତି ଓ ତାଙ୍କ ବାପା-ମାଆ ଘରରେ ତାଲା ପକାଇ ପଳାଇ ଯାଇଥିଲେ। ମାତ୍ର ସେମାନଙ୍କ ସାଙ୍ଗରେ ନଥିଲେ ବୋହୂ ଛନ୍ଦେଶ୍ୱେରୀ। ଯାହାକୁ ନେଇ ଗାଁ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ପରେ ବିଭୂତିଙ୍କ ଘରର ଝରକା ଫାଙ୍କରେ ଦେଖିଥିଲେ ଛନ୍ଦେଶ୍ୱେରୀଙ୍କ ଝୁଲନ୍ତା ମୃତଦେହ।

ଆଜି ସକାଳେ ପୁଲିସ ଗାଁରେ ପହଞ୍ଚି କବାଟ ଭାଙ୍ଗି ଘର ଭିତରୁ ମୃତଦେହ ଜବତ କରିଛି। ଛନ୍ଦେଶ୍ୱେରୀ ହତ୍ୟା କରାଯାଇ ଝୁଲାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos