ଭାସିଗଲା ବତେଡ଼ିମୁଣ୍ଡା ପୋଲ, ପୁରୁଣାକଟକ-ସମ୍ବଲପୁର ରାସ୍ତାରେ ଆଣ୍ଠୁଏ ପାଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଉତ୍ତର ଓଡ଼ିଶାରେ ଲଘୁଚାପଜନିତ ଲଗାଣ ବର୍ଷା ସାମାନ୍ୟ ଥମିଥିବା ବେଳେ କନ୍ଧମାଳ ଜିଲ୍ଲାରେ କିନ୍ତୁ ପରିସ୍ଥିତି ଅସମ୍ଭାଳ । ଲଗାଣ ବର୍ଷା ହେତୁ ତୁମୁଡିବନ୍ଧ ବ୍ଲକର ସିର୍ଲା ପଞ୍ଚାୟତର ବତେଡ଼ିମୁଣ୍ଡା ପୋଲ ଭାସିଯାଇଛି । ଯେଉଁଥି ପାଇଁ ଏବେ କୁର୍ତ୍ତମଗଡ଼ରୁ ଉଭୟ ପାରିଗଡ଼ ଓ ସିର୍ଲା ପଞ୍ଚାୟତକୁ  ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି । ଭାସି ଯାଇଥିବା ପୋଲର ଉଭୟ ଦିଗରେ ଶହ ଶହ ଲୋକେ ଏବେ ଅଟକି ରହିଛନ୍ତି । ଉଭୟ […]

bridge

bridge

Niharika Rout
  • Published: Saturday, 20 August 2022
  • Updated: 20 August 2022, 11:13 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଉତ୍ତର ଓଡ଼ିଶାରେ ଲଘୁଚାପଜନିତ ଲଗାଣ ବର୍ଷା ସାମାନ୍ୟ ଥମିଥିବା ବେଳେ କନ୍ଧମାଳ ଜିଲ୍ଲାରେ କିନ୍ତୁ ପରିସ୍ଥିତି ଅସମ୍ଭାଳ । ଲଗାଣ ବର୍ଷା ହେତୁ ତୁମୁଡିବନ୍ଧ ବ୍ଲକର ସିର୍ଲା ପଞ୍ଚାୟତର ବତେଡ଼ିମୁଣ୍ଡା ପୋଲ ଭାସିଯାଇଛି । ଯେଉଁଥି ପାଇଁ ଏବେ କୁର୍ତ୍ତମଗଡ଼ରୁ ଉଭୟ ପାରିଗଡ଼ ଓ ସିର୍ଲା ପଞ୍ଚାୟତକୁ  ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି । ଭାସି ଯାଇଥିବା ପୋଲର ଉଭୟ ଦିଗରେ ଶହ ଶହ ଲୋକେ ଏବେ ଅଟକି ରହିଛନ୍ତି ।

ଉଭୟ ପଞ୍ଚାୟତର ହଜାର ହଜାର ଲୋକେ କୁର୍ତ୍ତମଗଡ଼ ଓ ତୁମୁଡିବନ୍ଧ ବଜାରକୁ ଜରୁରୀ କାମ ନେଇ ଯାଇ ପାରୁନାହାନ୍ତି। ଆଉ କିଛି ବିକଳ୍ପ ରାସ୍ତା ନ ଥିବାରୁ  ଆଉ ନ ଥିବା ଯୋଗୁ ଲୋକେ ଏବେ ନଦୀ ନାଳ ଓ ଜଙ୍ଗଲ ମଧ୍ୟରେ ଅତି ବିପଦପୂର୍ଣ୍ଣ ଭାବେ ଯିବାକୁ ଚେଷ୍ଟା କରୁଛନ୍ତି । ରାସ୍ତା ବନ୍ଦ ଯୋଗୁ ଯାତ୍ରୀବାହୀ ବସ୍‌ ଓ ଅଟୋ ମଧ୍ୟ ବନ୍ଦ ରହିଛି । ଫଳରେ ଲୋକେ ଏବେ ନାହିଁ ନ ଥିବା ଦୁର୍ଦ୍ଦଶାର ଶିକାର ହେବାରେ ଲାଗିଛନ୍ତି । ତୁରନ୍ତ ଏ ନେଇ ପ୍ରଶାସନ ତରଫରୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରିବାକୁ ଗୁହାରୀ କରିଛନ୍ତି। ନଚେତ ଉଭୟ ପଞ୍ଚାୟତର ଲୋକେ ବହୁତ ହଇରାଣର ସାମ୍ନା କରିବେ ବୋଲି ଜଣାଇଛନ୍ତି।

[caption id="attachment_759115" align="aligncenter" width="650"]bridge ବତେଡ଼ିମୁଣ୍ଡା ପୋଲ ଭାସି ଯାଇଥିବାରୁ ଉଭୟ ପାର୍ଶ୍ୱରେ ଲୋକେ ଅଟକି ରହିଛନ୍ତି।[/caption]

କଟକ ଜିଲ୍ଲାରେ ବର୍ଷା ବିତ୍ପାତ କମିଥିଲେ ବି  ପୁରୁଣାକଟକ ଓ ସମ୍ବଲପୁର ରାସ୍ତାର ଦହିଶରା ମାଧପୁର ରାସ୍ତାରେ ୩ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି ।  କଣ୍ଟିଆ ନଦୀରେ ବନ୍ୟାଜଳ ଆସିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି  । ଦୁଇ ଦିନ ତଳେ ରାସ୍ତାରୁ ବନ୍ୟାଜଳ ଛାଡିଥିଲେ ମଧ୍ୟ ପୁଣିବର୍ଷା ଯୋଗୁଁ ଜଳସ୍ତର ବଢିବାରେ ଲାଗିଛି । ବର୍ଷା ଯୋଗୁଁ ବ୍ୟାପକ ଅଂଚଳ ଜଳମଗ୍ନ ହୋଇ ପଡିଛି ।

[caption id="attachment_759117" align="aligncenter" width="650"]ctc ଦହିଶରା ମାଧପୁର ରାସ୍ତାରେ ୩ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି ।[/caption]

ଲଗାଣ ବର୍ଷାରେ କେନ୍ଦୁଝରରେ ଜଳବନ୍ଦୀ ସ୍ଥିତି ଲାଗି ରହିଛି। ଲଘୁଚାପଜନିତ ବର୍ଷା ଯୋଗୁଁ କେନ୍ଦୁଝର ପୌରପାଳିକାର ୯ ନମ୍ବର ଓ୍ୱାର୍ଡବାସିନ୍ଦା ଜଳବନ୍ଦୀ ଅବସ୍ଥାରେ ଅଛନ୍ତି  । ଡ୍ରେନେଜ୍ ସୁବିଧା ନଥିବାରୁ ଅନେକଙ୍କ ଘରେ ପାଣି ପଶିଲାଣି । ସମସ୍ତ ପ୍ରକାରର ସ୍ଥିତି ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ଜିଲ୍ଲାପାଳ କହିଛନ୍ତି ।

[caption id="attachment_759119" align="aligncenter" width="650"]water କେନ୍ଦୁଝର ପୌରପାଳିକାର ୯ ନମ୍ବର ଓ୍ୱାର୍ଡବାସିନ୍ଦା ଜଳବନ୍ଦୀ ଅବସ୍ଥାରେ ଅଛନ୍ତି  ।[/caption]

ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା କମିଥିଲ ବି ବଢ଼ିଛି ଦୁର୍ଦ୍ଦଶା । ଗଭୀର ଅବପାତ ପ୍ରଭାବରେ ଉତ୍ତର ଓଡ଼ିଶାରେ ଲାଗିରହିଥିବା ପ୍ରବଳ ବର୍ଷାର ପରିମାଣ  ଆଜି ସକାଳେ କମିଯାଇଛି  । ସେହିପରି ପଶ୍ଚିମ ଓଡ଼ିଶାରେ ମଧ୍ୟ ସେପରି ବର୍ଷା ହୋଇନାହିଁ । ବର୍ଷା ସିନା କମିଛି, ଧୀରେ ଧୀରେ ପାଣି ଖସୁଛି, କିନ୍ତୁ ଲୋକଙ୍କ ଦୁର୍ଦ୍ଦଶାର ଅନ୍ତ ନାହିଁ  । କାରଣ ଘରୁ କି ଗାଁରୁ ପାଣି ଏ ପର୍ଯ୍ୟନ୍ତ  ସଂପୂର୍ଣ୍ଣ ଛାଡ଼ି ନାହିଁ । ତଥାପି ଲୋକେ ନିଜ ଘରକୁ ଫେରି ତାହାକୁ ପୁଣି ଥରା ସଜାଡ଼ିବାକୁ ଅଣ୍ଟା ଭିଡ଼ିଲେଣି। ଘରେ ପାଣି ପଶିବା ପରେ ଲୋକେ ଘର ଛାଡ଼ି ସୁରକ୍ଷିତ ଜାଗାକୁ ପଳାଇଥିଲେ । ନଦୀ ବନ୍ଧରେ ଆଶ୍ରୟ ନେଇଥିଲେ  । ଏବେ ବର୍ଷା ଟିକେ କମିବା ପରେ ଲୋକେ ଘରମୁହାଁ ହେବା ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story