ପୋଲ ଭୁଶୁଡ଼ିବା ପରେ ଚେତା ପଶିଲା: ବିଜୁ ସେତୁ ତିଆରି କରିଥିବା ଠିକାଦାର ହେବେ କଳା ତାଲିକାଭୁକ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରଗଡ଼ରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରାଯିବ। ସମ୍ପୃକ୍ତ ଠିକାଦାରଙ୍କୁ ବକେୟା ପ୍ରାପ୍ୟ ଦିଆଯିବ ନାହିଁ। ଏହି ସୂଚନା ଦେଇଛନ୍ତି ଗ୍ରାମ୍ୟଉନ୍ନୟନ ସଚିବ ବିଷ୍ଣୁପଦ ସେଠୀ। ବରଗଡ଼ ଜିଲ୍ଲା ଭେଡେନ୍ ବ୍ଲକ ଜାମଡୋଲ-ଧୁବେନପାଲି ରାସ୍ତାର ଜିରାନଦୀ ଉପରେ ଦେଢ଼ ବର୍ଷ ତଳେ ନିର୍ମାଣା କରାଯାଇଥିଲା। ଏଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୦ କୋଟି ୪୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ତେବେ ଗତକାଲି ବ୍ରିଜ୍‌ର ଶେଷ […]

Rakesh Mallick
  • Published: Monday, 25 September 2017
  • , Updated: 25 September 2017, 12:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରଗଡ଼ରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରାଯିବ। ସମ୍ପୃକ୍ତ ଠିକାଦାରଙ୍କୁ ବକେୟା ପ୍ରାପ୍ୟ ଦିଆଯିବ ନାହିଁ। ଏହି ସୂଚନା ଦେଇଛନ୍ତି ଗ୍ରାମ୍ୟଉନ୍ନୟନ ସଚିବ ବିଷ୍ଣୁପଦ ସେଠୀ।

ବରଗଡ଼ ଜିଲ୍ଲା ଭେଡେନ୍ ବ୍ଲକ ଜାମଡୋଲ-ଧୁବେନପାଲି ରାସ୍ତାର ଜିରାନଦୀ ଉପରେ ଦେଢ଼ ବର୍ଷ ତଳେ ନିର୍ମାଣା କରାଯାଇଥିଲା। ଏଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୦ କୋଟି ୪୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ତେବେ ଗତକାଲି ବ୍ରିଜ୍‌ର ଶେଷ ସ୍ଲାବ୍ ପଡୁଥିବା ବେଳେ ହଠାତ୍  ଭୁଶୁଡ଼ି ପଡ଼ିଥିଲା। ଫଳରେ ୫ ଜଣ ଶ୍ରମିକ ଆହତ ହୋଇଥିଲେ। ଏହି ଘଟଣାରେ ବଡ଼ଗଡ଼ ପୋଲସ ଏସ୍‌ଡିଓ କମଳାକାନ୍ତ ତରିଆ ଓ ଯନ୍ତ୍ରୀ ମନୋରଂଜନ ମହାପାତ୍ରଙ୍କୁ ଗିରଫ କରଛି। ଅନ୍ୟପକ୍ଷରେ ଚିଫ୍ ଇଂଜିନିୟର୍ ଭରତ ଚନ୍ଦ୍ର ପ୍ରଧାନ ଆଜି ବ୍ରିଜ୍‌ ଭୁଶୁବା ସ୍ଥଳ ପରିଦର୍ଶନ କରିଛନ୍ତି।

Related story