ଚିପ୍ସ ବୋଝେଇ ଟ୍ରକ୍‌କୁ ସମ୍ଭାଳି ପାରିଲାନି ପୋଲ, ପଢ଼ନ୍ତୁ ଅବସ୍ଥା କ’ଣ ହେଲା

ଝାରସୁଗୁଡ଼ା( ଭାଗିରଥୀ ସାହୁ): ପୁଣି ଭୁଶୁଡ଼ିଲା ପୋଲ। ଝାରସୁଗୁଡ଼ା ଜିଲ୍ଲାର ବଞ୍ଜରୀ ପଞ୍ଚାୟତ ଅନ୍ତର୍ଗତ ଝାରସୁଗୁଡ଼ା ସୁନ୍ଦରଗଡ଼ ଜିଲ୍ଲାକୁ ସଂଯୋଗ କରୁଥିବା ଲୋଟସ୍‌ ପୋଲ ଭୁଶୁଡ଼ି ପଡ଼ିଛି।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟାରେ ଏକ ଚିପ୍ସ ବୋଝେଇ ହାଇୱା ଯାଉଥିବା ବେଳେ ପୋଲ ଭୁଶୁଡ଼ି ପଡ଼ିଥିଲା। ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର। ଭୁଶୁଡ଼ିଥିବା ପୋଲ ଉପରେ ଫଶି ରହିଯାଇଛି ଚିପ୍ସ ବୋଝେଇ ହାଇୱା।