ରାଜପଥରେ ଭୁଶୁଡ଼ିଲା ବ୍ରିଜ୍‌: ଅଳ୍ପକେ ବର୍ତ୍ତିଲା ଆମ୍ୱୁଲାନ୍ସ, ଗ୍ୟାସ୍‌ ବୋଝେଇ ଟ୍ରକ୍‌

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ରାଜ୍ୟ ରାଜପଥରେ ଭୁଶୁଡିଲା ବ୍ରିଜ୍‌। ଅଳ୍ପକେ ବର୍ତ୍ତି ଗଲା ଆମ୍ୱୁଲାନ୍ସରେ ଯାଉଥିବା ରୋଗୀଙ୍କ ଜୀବନ ଓ ଗ୍ୟାସ୍‌ ବୋଝେଇ ଟ୍ରକ୍‌। ଆଜି ଅପରାହ୍ନରେ ଏପରି ଘଟଣା କୋରାପୁଟ୍‌ ଜିଲ୍ଲାରେ ଘଟିଛି। ବ୍ରିଜ୍‌ ଭୁଶୁଡ଼ିବା ପରେ କୋରାପୁଟ୍‌ରୁ ରାୟଗଡ଼ାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କୋରାପୁଟ-ରାୟଗଡା ଦେଇ ଯାଇଛି ୩୨୬ ନମ୍ୱର ରାଜ୍ୟ ରାଜପଥ। ଏହି ରାଜପଥର ବଙ୍ଗଳା ଗୁଡା ଓ ଲେନ୍ଦିରି ମାଲିଗୁଡ଼ା ମଝିରେ ରହିଛି ଗୋଟିଏ ପୁରୁଣା ବ୍ରିଜ। ୫୦ ବର୍ଷ ତଳେ […]

Koraput

Koraput

Manoranjan Sial
  • Published: Tuesday, 16 August 2022
  • Updated: 16 August 2022, 07:04 PM IST

Sports

Latest News

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ରାଜ୍ୟ ରାଜପଥରେ ଭୁଶୁଡିଲା ବ୍ରିଜ୍‌। ଅଳ୍ପକେ ବର୍ତ୍ତି ଗଲା ଆମ୍ୱୁଲାନ୍ସରେ ଯାଉଥିବା ରୋଗୀଙ୍କ ଜୀବନ ଓ ଗ୍ୟାସ୍‌ ବୋଝେଇ ଟ୍ରକ୍‌। ଆଜି ଅପରାହ୍ନରେ ଏପରି ଘଟଣା କୋରାପୁଟ୍‌ ଜିଲ୍ଲାରେ ଘଟିଛି। ବ୍ରିଜ୍‌ ଭୁଶୁଡ଼ିବା ପରେ କୋରାପୁଟ୍‌ରୁ ରାୟଗଡ଼ାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

କୋରାପୁଟ-ରାୟଗଡା ଦେଇ ଯାଇଛି ୩୨୬ ନମ୍ୱର ରାଜ୍ୟ ରାଜପଥ। ଏହି ରାଜପଥର ବଙ୍ଗଳା ଗୁଡା ଓ ଲେନ୍ଦିରି ମାଲିଗୁଡ଼ା ମଝିରେ ରହିଛି ଗୋଟିଏ ପୁରୁଣା ବ୍ରିଜ। ୫୦ ବର୍ଷ ତଳେ ସେହି ବ୍ରିଜ୍‌ଟି ନିର୍ମାଣ ହୋଇଥିଲା। ଦୁଇଟି ପିଲର ଉପରେ ଛିଡ଼ା ହୋଇଥିବା ସେହି ପୁରୁଣା ବ୍ରିଜ୍‌ଟି ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଭାଙ୍ଗି ଯାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗୋଟିଏ ଗ୍ୟାସ ବୋଝେଇ ଟ୍ରକ୍‌ ଓ ଆମ୍ୱୁଲାନ୍ସ କଲା ପରେ ବ୍ରିଜ୍‌ଟି ଭୁଶୁଡ଼ି ପଡ଼ିଛି। ହେଲେ ଅଳ୍ପକେ ବର୍ତ୍ତିଗଲେ ଆମ୍ୱୁଲାନ୍ସରେ ଯାଉଥିବା ରୋଗୀ ଓ ଗ୍ୟାସ୍‌ ବୋଝେଇ ଟ୍ରକ୍‌ ଚାଳକ ଏବଂ ହେଲ୍‌ପର। ୬୦ ଫୁଟର ବ୍ରିଜଟି ହଠାତ୍‌ ୨୦ ଫୁଟ ତଳକୁ ଭୁଶୁଡି ଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos