ଧୋଇଗଲା ବ୍ରିଜ, ଓଡ଼ିଶା- ଛତିଶଗଡ଼ ଯୋଗାଯୋଗ ବିଚ୍ଛିନ୍ନ

 ନୂଆପଡ଼ା(ମାୟାଧର ସରାଫ): ଲଗାଣ ବର୍ଷା ଯୋଗୁ ଭୁଶୁଡ଼ିଲା ବ୍ରିଜ୍ । ନୂଆପଡା ଜିଲ୍ଲା ଜୋଙ୍କ ନଦୀ ଉପରେ ଥିବା ବ୍ରିଜଟି ଗତ ରାତିରେ ଧୋଇ ହୋଇଯାଇଛି । ବ୍ରିଜ ଭାଙ୍ଗିବା ଯୋଗୁ ଓଡ଼ିଶା- ଛତିଶଗଡ଼ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଛି। ଲଗାଣ ବର୍ଷା ଯୋଗୁ କିଛି ଦିନ ହେବ ଜୋଙ୍କ ନଦୀ ଉପରେ ପାଣି ପ୍ରବାହିତ ହେଉଥିଲା। ଜୋଙ୍କ ନଦୀ ସୁନାବେଡ଼ା ଅଭୟାରଣ୍ୟରୁ ବାହାରିଥିବା ବେଳେ ଏହି ବ୍ରିଜ ସାରାବଙ୍ଗରୁ ଓ ଆମାନାରା ଗାଁ […]

bridge

bridge

Niharika Rout
  • Published: Wednesday, 10 August 2022
  • Updated: 10 August 2022, 01:48 PM IST

 ନୂଆପଡ଼ା(ମାୟାଧର ସରାଫ): ଲଗାଣ ବର୍ଷା ଯୋଗୁ ଭୁଶୁଡ଼ିଲା ବ୍ରିଜ୍ । ନୂଆପଡା ଜିଲ୍ଲା ଜୋଙ୍କ ନଦୀ ଉପରେ ଥିବା ବ୍ରିଜଟି ଗତ ରାତିରେ ଧୋଇ ହୋଇଯାଇଛି । ବ୍ରିଜ ଭାଙ୍ଗିବା ଯୋଗୁ ଓଡ଼ିଶା- ଛତିଶଗଡ଼ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଛି।

ଲଗାଣ ବର୍ଷା ଯୋଗୁ କିଛି ଦିନ ହେବ ଜୋଙ୍କ ନଦୀ ଉପରେ ପାଣି ପ୍ରବାହିତ ହେଉଥିଲା। ଜୋଙ୍କ ନଦୀ ସୁନାବେଡ଼ା ଅଭୟାରଣ୍ୟରୁ ବାହାରିଥିବା ବେଳେ ଏହି ବ୍ରିଜ ସାରାବଙ୍ଗରୁ ଓ ଆମାନାରା ଗାଁ ମଝିରେ ରହିଛି। ଏହି ବ୍ରିଜ ଛତିଶଗଡ଼ର ଗରିଆବନ୍ଧ ଓ ମହାସମୁନ୍ଦ ଜିଲ୍ଲାକୁ ସଂଯୋଗ କରିଥାଏ। ପ୍ରତିଦିନ ଏହି ବ୍ରିଜ ଉପରେ ଶହ ଶହ ଗାଡ଼ି ଯାତାୟତ କରିଥାଏ। ତଥା ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଯାତାୟତର ଏହା ଏକ ପ୍ରମୁଖ ମାଧ୍ୟମ । ମାତ୍ର ଲଗାଣ ବର୍ଷା ଯୋଗୁ ଗତକାଲି ରାତିରେ ବ୍ରିଜଟି ଧୋଇ ହୋଇଯାଇଛି। ବ୍ରିଜର ଅପର ପାର୍ଶ୍ୱରେ ୫ଟି ପଞ୍ଚାୟତ ରହିଯାଇଥିବାରୁ ସେମାନେ ବାହ୍ୟ ଜଗତ ସହ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛନ୍ତି।

[caption id="attachment_756427" align="aligncenter" width="650"]bridge ବ୍ରିଜ ଭାଙ୍ଗି ପାଣି ପ୍ରବାହିତ ହେଉଛି।[/caption]

ଖବର ପାଇ ଆଜି ସକାଳେ ଆଡିସନାଲ ତହସିଲଦାର, ନୂଆପଡ଼ା ବିଡିଓ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ବର୍ଷା ଛାଡ଼ିଲେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଇ ବ୍ରିଜକୁ ପୁଣି ଥରେ କାର୍ଯ୍ୟକ୍ଷମ କରାଯିବ ବୋଲି ବିଡି କହିଛନ୍ତି।   

୨ ବର୍ଷ ପୂର୍ବେ ଏପରି ଘଟଣା ଘଟିଥିବା ବେଳେ ୨ ବାଇକ୍‌ ଆରୋହୀ ନଦୀ ସ୍ରୋତରେ ଭାସି ମୃତ୍ୟୁମୁଖରେ ପଡ଼ିଥିଲେ। ପୁଣି ଏବେ ସେହି ଘଟଣାର ପୁନରାବୃତ୍ତି ହୋଇଥିବା ବେଳେ ଭାଗ୍ୟବଶଃତ କିଛି ଜୀବନହାନୀ ହୋଇନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story