ବର୍ଷାରେ ଭାସିଗଲା ପୋଲ
- Published: Thursday, 17 August 2017
- , Updated: 17 August 2017, 11:42 AM IST
<p>ଗୁଣପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁଁ ରାୟଗଡ଼ା ଜିଲ୍ଲା ଗୁଣପୁର ଜଗନ୍ନାଥପୁର ନିକଟରେ ଥିବା ପୋଲ ଭାସି ଯାଇଛି। ପୋଲ ଭାସିଯିବାରୁ ଗୁଣପୁର-ଶ୍ରୀକାକୁଲମ୍ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗୁଣପୁର ବ୍ଲକ୍‌ର ଗଠଳପଦର ଓ ମରମ୍ପା ପଞ୍ଚାୟତର ୩୦ରୁ ଅଧିକ ଗାଁ ଲୋକେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗତ ୨ ଦିନ ଧରି ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ପୋଲ ଭାସିଯିବାରୁ ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଛି।</p>
<p>ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି,“ ଏଠାରେ ପୂର୍ବରୁ ଗୋଟିଏ ପୁରୁଣା ବ୍ରିଜ୍‌ ଥିଲା। ତାହା ପାଣିରେ ଭାସିଯିବାରୁ ଆଉ ଏକ ନୂଆ ବ୍ରିଜ୍‌ ନିର୍ମାଣ କରାଯାଇଥିଲା। ହେଲେ ଗତ ରାତିରେ ପ୍ରବଳ ବର୍ଷା ହେବା ଯୋଗୁଁ ପାଣି ସୁଅରେ ଏହି ବ୍ରିଜ୍‌ଟି ଭାସି଼ଯାଇଛି। ଫଳରେ ପିଲାମାନେ ସ୍କୁଲକୁ ଯାଇପାରୁ ନାହାନ୍ତି। ରୋଗୀମାନଙ୍କୁ ଡାକ୍ତରଖାନା ନେବାରେ ଅସୁବିଧା ହେଉଛି। ଆନ୍ଧ୍ର ଦେଇ ଗଲେ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ତେଣୁ ଏହି ରାସ୍ତାରେ ଖୁବଶୀଘ୍ର ଆଉ ଏକ ବ୍ରିଜ୍‌ ତିଆରି କରାଯାଉ।”</p>