ବନ୍ୟା ଯୋଗୁ ଧୋଇଗଲା ପୋଲ, ଭୁଶୁଡ଼ିଲା ଘର

ରାୟଗଡ଼ା (ମନୋଜ ପାତ୍ର ) : ଲଗାଣ ବର୍ଷାରେ ବେହାଲ୍ ହୋଇ ପଡ଼ିଛି ରାୟଗଡ଼ା ଜିଲ୍ଲା । ହାଟ ମୁନିଗାଡା ବ୍ଳକର ମାଳିଶିରିପୁର-ପରିଡିଗୁଡା ରାସ୍ତାରେ ଏକ ପୋଲ ଧୋଇ ହୋଇଯାଇଛି । ଫଳରେ ୫ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ସେହିପରି କୋଲନରା ବ୍ଳକର ଖମାସିଂରେ ମଧ୍ୟ ରାସ୍ତା ଧୋଇ ଯାଇଛି । ଏଥିଯୋଗୁ ବଡଖିଲାପଦର  ଓ ଖମାସିଂ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତା ଧୋଇ ହୋଇଯିବା କାରଣରୁ ୧୦ରୁ ଅଧିକ ଗାଁ ପ୍ରଭାବିତ […]

rain-1-1..1

rain-1-1..1

Niharika Rout
  • Published: Wednesday, 07 August 2019
  • Updated: 07 August 2019, 11:16 AM IST

Sports

Latest News

ରାୟଗଡ଼ା (ମନୋଜ ପାତ୍ର ) : ଲଗାଣ ବର୍ଷାରେ ବେହାଲ୍ ହୋଇ ପଡ଼ିଛି ରାୟଗଡ଼ା ଜିଲ୍ଲା । ହାଟ ମୁନିଗାଡା ବ୍ଳକର ମାଳିଶିରିପୁର-ପରିଡିଗୁଡା ରାସ୍ତାରେ ଏକ ପୋଲ ଧୋଇ ହୋଇଯାଇଛି । ଫଳରେ ୫ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ସେହିପରି କୋଲନରା ବ୍ଳକର ଖମାସିଂରେ ମଧ୍ୟ ରାସ୍ତା ଧୋଇ ଯାଇଛି । ଏଥିଯୋଗୁ ବଡଖିଲାପଦର  ଓ ଖମାସିଂ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତା ଧୋଇ ହୋଇଯିବା କାରଣରୁ ୧୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି । ସେହିପରି ଯୁଗପଦରରେ ଥିବା ବଡ ନାଳ ପୋଲ ଭାସିଯାଇଛି । ଫଳରେ ଯୁଗପଦର ଓ ମେରିଙ୍ଗ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଲଗାଣ ବର୍ଷାର ପ୍ରଭାବ ବିଷମକଟକ ବ୍ଳକରେ ମଧ୍ୟ ଦେଖିବାକୁ ମିଳିଛି । ପଥରଗଡରେ ଲଗାଣା ବର୍ଷାରେ ଗୋଟିଏ ଘର ଭୁଶୁଡି ପଡିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା କୁହାଯାଉଛି। ସେହିପରି ଚାଟିକଣା ଶିବ ମନ୍ଦିର ପାର୍ଶ୍ୱରେ ଥିବା କାନ୍ଥ ଭାଙ୍ଗି ମନ୍ଦିର ଭିତରେ ପାଣି ପଶିଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos