ଭଉଣୀ ହାତରେ ଭାଇ ବାନ୍ଧିଛି ଲୁହାର ଶିକୁଳି , କାରଣ ଆଶ୍ଚର୍ଯ୍ୟଜନକ

ପାରାଦୀପ(ରମାକାନ୍ତ ନାୟକ): ସୀମା ଟପିଛି ନିଷ୍ଠୁରତା । ମରିଯାଇଛି ମାନବିକତା । ସମ୍ପତି ହାତେଇବା ପାଇଁ ସମ୍ପର୍କକୁ କଲବଲ କରିଛି ଭାଇ। ଭଉଣୀ ହାତରେ ବାନ୍ଧିଛି ଲୁହାର ଶିକୁଳି । କୁଜଙ୍ଗ ଥାନା ବଡବାଲିକଣି ଗ୍ରାମରୁ ଆସିଛି ଏମିତି ହୃଦୟ ବିଦାରକ ଚିତ୍ର।  ଭାଇ-ଭାଉଜଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇ ଭଉଣୀ ଅଭିସପ୍ତ ଜୀବନ ବିତାଉଛି।  ତେବେ ଖବର ପାଇ ଆଜି ସ୍ଥାନୀୟ ଅଞ୍ଚଳର ସମାଜସେବୀ ପହଞ୍ଚି ସମ୍ପୃକ୍ତ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ପୁଲିସ ମଧ୍ୟ ଘଟଣାସ୍ଥଳରେ […]

nbv

nbv

Tapas Behera
  • Published: Monday, 18 January 2021
  • Updated: 18 January 2021, 04:56 PM IST

Sports

Latest News

ପାରାଦୀପ(ରମାକାନ୍ତ ନାୟକ): ସୀମା ଟପିଛି ନିଷ୍ଠୁରତା । ମରିଯାଇଛି ମାନବିକତା । ସମ୍ପତି ହାତେଇବା ପାଇଁ ସମ୍ପର୍କକୁ କଲବଲ କରିଛି ଭାଇ। ଭଉଣୀ ହାତରେ ବାନ୍ଧିଛି ଲୁହାର ଶିକୁଳି । କୁଜଙ୍ଗ ଥାନା ବଡବାଲିକଣି ଗ୍ରାମରୁ ଆସିଛି ଏମିତି ହୃଦୟ ବିଦାରକ ଚିତ୍ର।  ଭାଇ-ଭାଉଜଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇ ଭଉଣୀ ଅଭିସପ୍ତ ଜୀବନ ବିତାଉଛି।  ତେବେ ଖବର ପାଇ ଆଜି ସ୍ଥାନୀୟ ଅଞ୍ଚଳର ସମାଜସେବୀ ପହଞ୍ଚି ସମ୍ପୃକ୍ତ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବାପାମାଆ ମରିଯିବା ପରେ ଏକମାତ୍ର ଭଉଣୀକୁ ଶିକୁଳିରେ ବାନ୍ଧି ଏକ ଭଙ୍ଗା କାନ୍ଥ ଖଣ୍ଡିଆ ଚାଳିଆ ଭିତରେ ବନ୍ଦୀ କରି ରଖିଛି ଭାଇ । ବର୍ଷ ବର୍ଷ ଧରି ଭଉଣୀକୁ ଅକଥନୀୟ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି।  ଭଙ୍ଗା କାନ୍ଥ, ଖଣ୍ଡିଆ ଚାଳିଆ ମଧ୍ୟରେ ଶିକୁଳିରେ ବାନ୍ଧି ରଖିବା ସାଙ୍ଗକୁ ମାଡଗାଳି ଦେଉଥିବା ଅଭିଯୋଗ ହୋଇଛି।

କାହାରି ଆଗରେ ମୁହଁ ନ ଖୋଲିବାକୁ ଦେଇଛି ଧମକ ଚମକ । ଏପରିକି ଖାଇବା ପିଇବାକୁ କି ପିନ୍ଧିବାକୁ ଦେଉନାହିଁ । ପଶୁ ଠାରୁ ବି ହୀନ ଭଳି ଜୀବନ କାଟୁଛି ଏକମାତ୍ର ଭଉଣୀ । ଶାରୀରିକ ଓ ମାନସିକ ଭାବେ ନିର୍ଯ୍ୟାତିତ ହୋଇ ବି ଭାଇ ବିରୁଦ୍ଧରେ ପଦୁଟିଏ କହିବାକୁ ସାହସ କରିପାରୁନି ସେ। ଏକ ରକମ ଭୟଭୀତ ଅବସ୍ଥାରେ ରହିଛି ସେ । ଭାଇଭାଉଜଙ୍କ ମାଡଗାଳିକୁ ଡରି ଚୁପ୍ ରହୁଛି । ଆଖି ଲୁହ ଏବଂ କୋହ ସବୁ କିଛି ସ୍ପଷ୍ଟ ଭାବରେ ବୟାନ କରୁଛି ନିର୍ଯାତନାର କାହାଣୀ।

ଯାହା ପଚାରିଲେ ଭୟରେ କହୁଛି ‘ମୋ ଭାଇ ଜାଣିଛି, ମୁଁ କିଛି ଜାଣିନି, ମୋତେ କିଛି ପଚାରନି’ । ଏମିତିକି ତାଙ୍କ ନାଁ ପଚାରିଲେ ବି ସେହି ଏକା କଥା କହିଛନ୍ତି। ଡୋଶୀ କିମ୍ବା ଗ୍ରାମବାସୀ ପ୍ରତିବାଦ କଲେ ଭାଇ-ଭାଉଜଙ୍କ ରୋଷର ଶିକାର ହେଉଥିବା କହିଛନ୍ତି ।

ଗ୍ରାମବାସୀଙ୍କ ଠାରୁ ଖବର ପାଇ ସମାଜସେବୀ ସ୍ନେହମୟୀ ଆଚାର୍ଯ୍ୟ ଶାରଦାକୁ ଉଦ୍ଧାର କରିଛନ୍ତି । ଚାରି ଦିନ ତଳେ ତା ପାଖରେ ପହଂଚି ଶରଦା ହାତରୁ ଲୁହାର ଶିକୁଳି ଖୋଲିଛନ୍ତି । ପାରାଦୀପରେ ଥିବା ଏକ ଜରାଶ୍ରମରେ ରହିବା ବ୍ୟବସ୍ଥା କରିବା ସହିତ କୁଜଙ୍ଗ ପୁଲିସର ସହଯୋଗ ନେଇଛନ୍ତି । ଗାଁର ଯୁବକମାନେ ଶାରଦା ମୁଣ୍ଡରୁ ଉକୁଣି ସାଲୁବାଲୁ ଚୁଟି ସଫା କରିବା ସହିତ ଅନ୍ୟାୟର ପ୍ରତିବାଦ କରିଛନ୍ତି । ଏଭଳି ନିଷ୍ଠୁରତା ଏବଂ ଅମାନବିକତା ପାଇଁ ଦୃଷ୍ଟାନ୍ତମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମାନବାଧିକାର କର୍ମୀ ଦାବି କରିଛନ୍ତି । ସେପଟେ ଭାଇ ଅଭୟ ଦାସ ନିର୍ଯ୍ୟାତନା ଅଭିଯୋଗକୁ ଖଣ୍ଡନ କରିଥିଲେ ବି ଅଭାବ ଅନଟନ ଯୋଗୁଁ ଖଣ୍ଡିଆ ଚାଳଘରେ ରଖିଥିବା ଏବଂ ମାନସିକ ଅବସ୍ଥା ଭଲ ନଥିବାରୁ ବାନ୍ଧିି ରଖିଥିଲା ବୋଲି କହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story