ଅବକାରୀ ବିଭାଗ ନାକ ତଳେ ଚାଲିଛି ନିଶା କାରବାର: ମୂଲଚାଲ୍‌ କରୁଛନ୍ତି କର୍ମଚାରୀ!

ଖୋର୍ଦ୍ଧା (ବଳରାମ ଲେଙ୍କା): ଅବକାରୀ ବିଭାଗର ନାକ ତଳେ ନିଶା ବେପାର। ଅବକାରୀ ଅଫିସ ଭିତରେ ଧଳା ଜହରର ହାଟ ବସିଛି। ସଉଦା କରୁଛନ୍ତି ବିଭାଗର କର୍ମଚାରୀ! ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପୁରୁଣା ଅଫିସ ଭିତରେ ଥିବା ଅବକାରୀ ଅଫିସରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ସମୟ ରାତି ପ୍ରାୟ ଗୋଟାଏ ୪୭ ମିନିଟ୍। ନିସ୍ତବ୍ଧ ରାତିରେ ଜମିଛି ଭୋଜିଭାତର ଆସର। ଆଉ ସେହି ଆସର ଭିତରେ ମୁଲଚାଲ ହେଉଛି ବ୍ରାଉନସୁଗର୍‌ର ଦର। ନିଆଁ ଲଗାଇ ଦମ୍ ମାରିବା […]

brown suger business in khurda1

Rakesh Mallick
  • Published: Monday, 09 July 2018
  • , Updated: 09 July 2018, 08:43 PM IST

ଖୋର୍ଦ୍ଧା (ବଳରାମ ଲେଙ୍କା): ଅବକାରୀ ବିଭାଗର ନାକ ତଳେ ନିଶା ବେପାର। ଅବକାରୀ ଅଫିସ ଭିତରେ ଧଳା ଜହରର ହାଟ ବସିଛି। ସଉଦା କରୁଛନ୍ତି ବିଭାଗର କର୍ମଚାରୀ! ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପୁରୁଣା ଅଫିସ ଭିତରେ ଥିବା ଅବକାରୀ ଅଫିସରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି।

ସମୟ ରାତି ପ୍ରାୟ ଗୋଟାଏ ୪୭ ମିନିଟ୍। ନିସ୍ତବ୍ଧ ରାତିରେ ଜମିଛି ଭୋଜିଭାତର ଆସର। ଆଉ ସେହି ଆସର ଭିତରେ ମୁଲଚାଲ ହେଉଛି ବ୍ରାଉନସୁଗର୍‌ର ଦର। ନିଆଁ ଲଗାଇ ଦମ୍ ମାରିବା ପରେ ଖୋର୍ଦ୍ଧା ଅବକାରୀ ବିଭାଗର ଜଣେ କନ୍‌ଷ୍ଟେବଳ ଦରକୁ ନେଇ କରୁଛନ୍ତି ମୁଲଚାଲ। ହୋହଲ୍ଲାରେ କମ୍ପୁଛି ପରିବେଶ। ଏ ସମ୍ପର୍କରେ ଖବର ପାଇ ଆମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚିଥିଲେ।

ଖୋର୍ଦ୍ଧା ଅବକାରୀ ବିଭାଗ କନ୍‌ଷ୍ଟେବଳ ବିଶ୍ୱମ୍ଭର ବିଶ୍ୱାଳ କହିଛନ୍ତି,“ସାର୍‌ ପଠାଇଥିବାରୁ ଖବର ସଂଗ୍ରହ କରିବା ପାଇଁ ସାଆନ୍ତରାପୁର ଯାଇଥିଲି।”

ଖୋର୍ଦ୍ଧା ଅବକାରୀ ବିଭାଗର ଇନ୍ସପେକ୍ଟର ରଂଜନ କୁମାର ନାୟକ କହିଛନ୍ତି,“ସେ ଭଲ ଖବର ସଂଗ୍ରହ କରେ। ସେଥିପାଇଁ ହୁଏତ କାହା ସହିତ ମିଶି ଏପରି କାମ କରିଥିବା ଅନୁମାନ କରୁଛି।”

ଅବକାରୀ ବିଭାଗର ଅଫିସ ଭିତରେ ଜଣେ କନ୍‌ଷ୍ଟେବଳ ଏଭଳି ବେଆଇନ ବ୍ରାଉନସୁଗର କାରବାର ଚଳାଇଛନ୍ତି କିପରି ? ଘଟଣା ପଛରେ ବିଭାଗର କୌଣସି ଅଧିକାରୀ କିମ୍ବା ଅନ୍ୟ କର୍ମଚାରୀ ସାମିଲ୍ ନାହାନ୍ତି ତ ? କାହା ସହ ଲିଙ୍କ୍ ରଖି କନ୍‌ଷ୍ଟେବଳ ଜଣକ ଏଭଳି କାରବାର ଚଳାଇଛନ୍ତି ? ଆଶ୍ଚର୍ଯ୍ୟର କଥା ହେଉଛି, ଖୋର୍ଦ୍ଧା ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ କହୁଛନ୍ତି ଏ ସମ୍ପର୍କରେ ତାଙ୍କ ପାଖରେ କୌଣସି ଖବର ନାହିଁ। ଖୋର୍ଦ୍ଧା ଏସ୍‌ପି କହିଛନ୍ତି, ଘଟଣାର ତଦନ୍ତ କରି ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Related story