ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶଟ୍ ଡାନ୍ରେ ବେଳେ ଜବତ ହୋଇଛି ୨୮ ଲକ୍ଷ ଟଙ୍କାର ବ୍ରାଉନ୍ସୁଗର। କଟକ ପୀରବଜାର ଅଞ୍ଚଳରୁ ବାଇକ୍ରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ନିକଟରୁ ଗତକାଲି ୨୭୫ ଗ୍ରାମର ବ୍ରାଉନ୍ସୁଗର ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ।
ଅଭିଯୁକ୍ତଜଣକ କଟକ ଜିଲ୍ଲା ପଦ୍ମପୁର ଅଞ୍ଚଳର କର୍ଣ୍ଣଚନ୍ଦ୍ର ଦାସ । ସେ ଜଳେଶ୍ୱର, ବାଲେଶ୍ୱରରରୁ ବ୍ରାଉନ୍ସୁଗର ସଂଗ୍ରହ କରି ଏହାକୁ ଛୋଟ ଛୋଟ ବ୍ୟବସାୟୀଙ୍କୁ ବିକ୍ରି କରିଥାନ୍ତି। ବାଇକ୍ରେ ବ୍ରାଉନ୍ସୁଗର ଚାଲାଣ ବେଳେ ବିଶେଷ ସୂତ୍ରରୁ ଖବର ପାଇ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ଉ କରି ଏହାକୁ ଧରିବାରେ ସଫଳ ହୋଇଥିଲା । କର୍ଣ୍ଣଚନ୍ଦ୍ରଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ବ୍ରାଉନ୍ସୁଗର ଓ ବାଇକ୍ ଜବତ କରିଛି।
ଉଲ୍ଲେଖଯୋଗ୍ୟ ଯେ, କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ୪ ଦିନ ପୂର୍ବେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍ସୁଗର ଖୋର୍ଦ୍ଧାରୁ ଜବତ କରିଥିଲା। କଟକ, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ଏବେ ବ୍ରାଉନସୁଗରର ହବ୍ ପାଲଟିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ବିପୁଳ ପରିମାଣର ବ୍ରାଉନ୍ସୁଗର ଏଠାକୁ ଆସି କୋଟି କୋଟି ଟଙ୍କାର କାରବାର ହେଉଛି।