୨୪ ଘଣ୍ଟା ଭିତରେ ରାଜଧାନୀରୁ ୧୧ ନିଶା ବେପାରୀ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୪ ଘଣ୍ଟା ଭିତରେ ରାଜଧାନୀରୁ ୧୧ ନିଶା ବେପାରୀ ଗିରଫ। ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଆରମ୍ଭ କରାଯାଇଥିବା “Operation White Spider” ଅଭିଯାନରେ ୨୪ ଘଣ୍ଟାରେ ୭ ଜଣ ବ୍ରାଉନସୁଗାର ବେପାରୀ ଗିରଫ। ସେମାନଙ୍କ ନିକଟରୁ ୫୭ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେହିପରି ୪ ଜଣ ଗଂଜେଇ ବେପାରୀ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୫ କେଜି ଗଂଜେଇ ଜବତ କରାଯାଇଛି। କମିଶନରେଟ ପୁଲିସ ସୂଚନା […]

brown

  • Published: Saturday, 17 September 2022
  • , Updated: 18 September 2022, 10:06 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୪ ଘଣ୍ଟା ଭିତରେ ରାଜଧାନୀରୁ ୧୧ ନିଶା ବେପାରୀ ଗିରଫ। ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଆରମ୍ଭ କରାଯାଇଥିବା “Operation White Spider” ଅଭିଯାନରେ ୨୪ ଘଣ୍ଟାରେ ୭ ଜଣ ବ୍ରାଉନସୁଗାର ବେପାରୀ ଗିରଫ। ସେମାନଙ୍କ ନିକଟରୁ ୫୭ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେହିପରି ୪ ଜଣ ଗଂଜେଇ ବେପାରୀ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୫ କେଜି ଗଂଜେଇ ଜବତ କରାଯାଇଛି।

କମିଶନରେଟ ପୁଲିସ ସୂଚନା ମୁତାବକ, ପୁଲିସ ତରଫରୁ ଗତ ୨୪ଘଣ୍ଟା ମଧ୍ୟରେ ୬ଟି ଥାନା ଅଞ୍ଚଳରେ ପୁଲିସ ଚଢଉ କରାଯାଇଥିଲା। କ୍ୟାପିଟାଲ ଥାନା, ଇନ୍‌ଫୋଭ୍ୟାଲି ଥାନା, ନୟାପଲ୍ଲି ଥାନା, ଭରତପୁର ଥାନା, ଧଉଳି ଥାନା ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏହି ଚଢ଼ାଉ ହୋଇଥିଲା। ଏହ ଚଢଉ ସମୟରେ କ୍ୟାପିଟାଲ ଥାନା ପୁଲିସ କେଦାରପଲ୍ଲୀ ବସ୍ତିରେ ଚଢଉ କରି ଦୀଲୁ ନାୟକ ଓ ଅମର ବେହେରା ନାମକ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ଠାରୁ ମୋଟ ୧୩.୦୫ଗ୍ରାମ ବ୍ରାଉନ ସୁଗର ଜବତ ହୋଇଥିଲା।

ସେହିପରି ଇନଫୋଭ୍ୟାଲି ଥାନା ଗଙ୍ଗପଡା ଟୋଲ ଗେଟ ନିକଟରେ ଚଢଉ କରି ଦୀପକ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଠାରୁ ୧୫ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି। ନୟାପଲ୍ଲି ଥାନା ପୁଲିସ XIMB କଲେଜ ଛକରେ ଚଢଉ କରି ଚନ୍ଦୁ ଓରଫ ଚନ୍ଦ୍ରମୋହନ ସିଂ ଓ ଅତୁଲ୍ୟ ରଞ୍ଜନ ନାଏକଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ମୋଟ ୭.୫ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି। ଏହି କ୍ରମରେ ଭରତପୁର ଥାନା ପୁଲିସ ତପବନ ରୋଡ଼ରେ ଚଢଉ କରି ଏ. କାଳିଆ ଡୋରା ଓ ତାପସ ଢାଇଙ୍କ ଠାରୁ ୨୧ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ସେମାନଙ୍କୁ ଗିରଫ କରାଯାଇଥିଲା।

ସେହିପରି ଧଉଳି ଥାନା ପୁଲିସ ଧଉଳି ପାହାଡ ପଛପଟେ ଚଢଉ କରି କାଶୀନାଥ ନାମକ ଜଣେ ଦୁର୍ବୃତ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ମୋଟ ୧ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହି କ୍ରମରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ମଧ୍ୟ ବିଲସିନୀ ମଣ୍ଡପ ନିକଟରେ ଚଢଉ କରି କାହ୍ନା ନାଏକ, ପଦ୍ମଲୋଚନ ବେହେରା ଓ ଅମିୟ ଦାସଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ମୋଟ ୩.୫୦୦ କେଜି ଗଞ୍ଜେଇ ଜବତ ହୋଇଛି। ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ସୂଚନା ହସ୍ତଗତ ହୋଇଛି।

Related story