୧୦ ଗ୍ରାମ୍ ବ୍ରାଉନ୍ ସୁଗାର୍‌ ଜବତ, ୨ ଗିରଫ

ଜଳେଶ୍ୱର (ଅଜିତ୍ କୁମାର ଦାସ): ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଏବେ ନିଶା ମାଫିଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ପ୍ରତିଦିନ ଜଳେଶ୍ୱରରୁ ବିଭିନ୍ନ ସ୍ଥାନକୁ ବ୍ରାଉନ୍ ସୁଗାର୍‌ ସହ ବହୁ ମାଦକ ଦ୍ରବ୍ୟ ରପ୍ତାନି କରାଯାଉଛି। ଆଜି ଜଳେଶ୍ୱରରୁ ଭୁବନେଶ୍ୱରକୁ ବ୍ରାଉନ୍‌ ସୁଗାର୍‌ ଚାଲାଣ ହେଉଥିବା ବେଳେ ପୁଲିସ୍ ପାଖରେ ଖବର ପହଞ୍ଚିଥିଲା। ପୁଲିସ୍ ଚଢ଼ଉ କରି ୧୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ଏଥିସହ ୨ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନ୍ ସୁଗାର୍‌ର ମୂଲ୍ୟ ଏକ […]

pppp

Jitendra Garnayak
  • Published: Thursday, 30 August 2018
  • , Updated: 30 August 2018, 07:44 AM IST

ଜଳେଶ୍ୱର (ଅଜିତ୍ କୁମାର ଦାସ): ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଏବେ ନିଶା ମାଫିଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ପ୍ରତିଦିନ ଜଳେଶ୍ୱରରୁ ବିଭିନ୍ନ ସ୍ଥାନକୁ ବ୍ରାଉନ୍ ସୁଗାର୍‌ ସହ ବହୁ ମାଦକ ଦ୍ରବ୍ୟ ରପ୍ତାନି କରାଯାଉଛି।

ଆଜି ଜଳେଶ୍ୱରରୁ ଭୁବନେଶ୍ୱରକୁ ବ୍ରାଉନ୍‌ ସୁଗାର୍‌ ଚାଲାଣ ହେଉଥିବା ବେଳେ ପୁଲିସ୍ ପାଖରେ ଖବର ପହଞ୍ଚିଥିଲା। ପୁଲିସ୍ ଚଢ଼ଉ କରି ୧୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ଏଥିସହ ୨ ଜଣଙ୍କୁ ଗିରଫ କରିଛି।

ଜବତ ବ୍ରାଉନ୍ ସୁଗାର୍‌ର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଣା ଭୁବନେଶ୍ୱର ଅଞ୍ଚଳର ଦୀପକ ମହାପାତ୍ର ଓ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଧୀରେନ୍ ମହାପାତ୍ର। ସେମାନେ ଏକ ଅଟୋରେ ରୁପସା  ଯାଇ ସେଠାରୁ ଟ୍ରେନ୍‌ରେ ଭୁବନେଶ୍ୱର ଯିବା ଯୋଜନାରେ ଥିଲେ।

ପୁଲିସ୍‌ ଏବେ ଏହି ଘଟଣାର ମାଷ୍ଟର ମାଇଣ୍ଡକୁ ଖୋଜୁଛି।

Related story