ରାଜଧାନୀରୁ ଧରାପଡ଼ିଲା ଧଳା ଜହର, ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧଳା ଜହର ଜାଲରେ ରାଜଧାନୀ। ଭୁବନେଶ୍ୱରରୁ ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କଲା କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌। ଏଥିସହ ନିଶା କାରବାର ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଶେଖ ଫକିର ସମେତ ୫ ଜଣିଆ ଗ୍ୟାଙ୍ଗକୁ ଧରିଛି କ୍ରାଇମବ୍ରାଞ୍ଚ। ଗିରଫ ଅଭିଯୁକ୍ତଙ୍କଠାରୁ ୩୨୪ ଗ୍ରାମର ବ୍ରାଉନସୁଗର ସହ ୧ ଲକ୍ଷ ୮୪ ହଜାର ଟଙ୍କା, କାର, ମୋବାଇଲ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ୫ ଜଣଙ୍କୁ ୭ ଦିନ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ […]

brown-suger-seazed-from-bhubaneswar

Manoranjan Sial
  • Published: Monday, 20 January 2020
  • , Updated: 20 January 2020, 06:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧଳା ଜହର ଜାଲରେ ରାଜଧାନୀ। ଭୁବନେଶ୍ୱରରୁ ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କଲା କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌। ଏଥିସହ ନିଶା କାରବାର ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଶେଖ ଫକିର ସମେତ ୫ ଜଣିଆ ଗ୍ୟାଙ୍ଗକୁ ଧରିଛି କ୍ରାଇମବ୍ରାଞ୍ଚ। ଗିରଫ ଅଭିଯୁକ୍ତଙ୍କଠାରୁ ୩୨୪ ଗ୍ରାମର ବ୍ରାଉନସୁଗର ସହ ୧ ଲକ୍ଷ ୮୪ ହଜାର ଟଙ୍କା, କାର, ମୋବାଇଲ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ୫ ଜଣଙ୍କୁ ୭ ଦିନ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯିବ ବୋଲି ଏସ୍‌ଟିଏଫ୍‌ ସୂଚନା ଦେଇଛି।

ସୂଚନାରୁ ପ୍ରକାଶ, ମୁର୍ସିଦାବାଦରୁ ମେଦିନାପୁର ପରେ ବାଲେଶ୍ୱର ଆସୁଥିଲା ଏହି ବ୍ରାଉନସାଗର। ଏଠାରୁ ବ୍ରାଉନସୁଗର ଭୁବନେଶ୍ୱର ସମେତ କଟକ, ପୁରୀ, ଖୋର୍ଦ୍ଧା ଆଦି ଅଞ୍ଚଳକୁ ପଠାଯାଉଥିଲା। ଏହା ପରେ ଗ୍ରାହକଙ୍କଠାରୁ ପହଞ୍ଚୁଥିଲା ବ୍ରାଉନ୍‌ସୁଗର।

କ୍ରାଇମ୍‌ବ୍ରାଞ୍ଚର ସୂଚନା ଅନୁସାରେ, ଗତକାଲି ନୟାପଲ୍ଲୀ ଅଞ୍ଚଳରେ ପ୍ରଥମେ ଶେଖ ସଗବା ଓ ତାର ସହଯୋଗୀ ତନ୍ମୟ ସାହୁକୁ ପୁଲିସ ଗିରଫ କରିଥିଲା। ଏମାନଙ୍କ ନିକଟରୁ ବ୍ରାଉନସୁଗାର ମିଳିବା ପରେ ଶେଖ ଫକିର, ମହମ୍ମଦ ସୋହେଲ ଓ ଶେଖ ହଇବୁଲ ଧରାପଡିଥିଲେ। ଓଡ଼ିଶା ପୁଲିସ ପକ୍ଷରୁ ବ୍ରାଉନସୁଗର କାରବାରକୁ ଧରିବା ଲାଗି ସ୍ପେଶାଲ ଡ୍ରାଇଭ ଜାରି ରହିଛି। କ୍ରାଇମବ୍ରାଞ୍ଚ ଏସଟିଏଫ୍ ଗତ ୬ ତାରିଖରୁ ୧୫ ତାରିଖ ଭିତରେ ୫ଟି ମାମଲା ରୁଜୁ କରିଛି। ଏହି ସମୟ ମଧ୍ୟରେ ମୋଟ୍‌ ୧୧ଜଣଙ୍କୁ ଗିରଫ କରାଯାଇଛି।

 

Related story