‘ଭାରତ ସରକାର’ ଲେଖାଥିବା ବେସରକାରୀ ଗାଡ଼ିରେ ଯାଉଥିଲା ବେଆଇନ ଜିନିଷ, ବାଟରେ ଧରିଲା ପୁଲିସ୍‌

ପୁରୀ (ଓଡ଼ିଶା ରିପୋର୍ଟର): ଭାରତ ସରକାର ଲେଖାଥିବା ଏକ ବେସରକାରୀ କାର୍‌ରେ ନେଉଥିଲେ ବ୍ରାଉନ୍‌ ସୁଗର। ଭାବିଥିଲେ ଏମିତି କଲେ କେହି ଧରିବେନି। କିନ୍ତୁ ଏହି ଚାଲ୍‌ ଫେଲ୍ ମାରିଲା। ପୁଲିସ ଚଢ଼ାଉ କରି ବ୍ରାଉନ୍ ସୁଗର ଜବତ କରିବା ସହିତ ସେମାନଙ୍କୁ ଗିରଫ କଲା। ପୁରୀ ସଦର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ପୁଲିସ ତିନି ଜଣ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ଦେବ ପ୍ରସାଦ ମିଶ୍ର (୩୪), ସେକ୍ କରିମ୍ […]

Seized Car

Tapaswini Nayak
  • Published: Thursday, 23 September 2021
  • , Updated: 23 September 2021, 01:20 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଭାରତ ସରକାର ଲେଖାଥିବା ଏକ ବେସରକାରୀ କାର୍‌ରେ ନେଉଥିଲେ ବ୍ରାଉନ୍‌ ସୁଗର। ଭାବିଥିଲେ ଏମିତି କଲେ କେହି ଧରିବେନି। କିନ୍ତୁ ଏହି ଚାଲ୍‌ ଫେଲ୍ ମାରିଲା। ପୁଲିସ ଚଢ଼ାଉ କରି ବ୍ରାଉନ୍ ସୁଗର ଜବତ କରିବା ସହିତ ସେମାନଙ୍କୁ ଗିରଫ କଲା।

ପୁରୀ ସଦର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ପୁଲିସ ତିନି ଜଣ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ଦେବ ପ୍ରସାଦ ମିଶ୍ର (୩୪), ସେକ୍ କରିମ୍ ଉଲ୍ଲା (୩୮) ଓ ସେକ୍ ଅନୁ (୩୪)।

ଦେବଙ୍କ ଘର ଭୁବନେଶ୍ୱରର ଇନଫୋସିଟି ଥାନା ଅନ୍ତର୍ଗତ ରାଇଚକ୍ରଧରପୁରରେ ହୋଇଥିବା ବେଳେ ସେକ୍‌ କରିମଙ୍କ ଘର ସେହି ଥାନା ଅନ୍ତର୍ଗତ ପଟିଆର ଶିଖରଚଣ୍ଡି ନଗରରେ। ସେହିଭଳି ଅନୁଙ୍କ ଘର ଇନଫୋସିଟି ଥାନା ଅନ୍ତର୍ଗତ ସିନ୍ଦୁରିଆରେ।

ସୂଚନା ଅନୁସାରେ, ଏକ କାର୍‌ରେ ବ୍ରାଉନ୍ ସୁଗର ନେଇ କିଛି ଯୁବକ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ପୁରୀ ସଦର ଥାନା ଆଇଆଇସି ଏସ୍‌.କେ ମହାନ୍ତି କୌଣସି ସୂତ୍ରରୁ ଖବର ପାଇଥିଲେ। ଏହା ପରେ ସେ ଓ ତାଙ୍କ ଟିମ୍‌ କାର୍‌ଟିକୁ ମାଳତିପୁର ବସଷ୍ଟାଣ୍ଡ ନିକଟରେ ଧରିଥିଲେ। କାର୍‌ଟିକୁ ଯାଞ୍ଚ କଲାବେଳେ ୪୦ ଗ୍ରାମ ବ୍ରାଉନ୍ ସୁଗର ମିଳିଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ ଏହି ଅଭିଯୁକ୍ତମାନେ ବାଲେଶ୍ୱର ଅଞ୍ଚଳରୁ ବ୍ରାଉନ୍ ସୁଗର କିଣି ପୁରୀରେ ବିକ୍ରି କରୁଥିଲେ। ପୁରି ଅତିରିକ୍ତ ଏସ୍‌ପିଙ୍କ ସୂଚନା ଅନୁଯାୟୀ,  ପୁରୀ ଏସଟିଏଫ ଗତ ୧୫ ଦିନରେ ୧୦୦ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ୧୫ଜଣଙ୍କୁ ଗିରଫ କରିଛି।

Related story