୨୧ ଗ୍ରାମ୍ ଧଳା ଜହର ଜବତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ନିଶା ମାଫିଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି। କେଉଁଠୁ ନା କେଉଁଠୁ ବ୍ରାଉନ୍ ସୁଗାର୍ ଜବତ କରାଯାଉଛି। ଆଜି ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ବାରି ଅଞ୍ଚଳରୁ ୨୧ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରାଯାଇଛି।

ଅବକାରୀ ବିଭାଗର ଅଧିକାରୀମାନେ ଚଢ଼ଉ କରି ଏହି ବ୍ରାଉନ୍ ସୁଗାର ଜବତ କରିଛନ୍ତି। ଏହାସହ ୫ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ୍ ଜଣେ ମହିଳାଙ୍କୁ ଗିରଫ କରି ତଦନ୍ତ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।