କେଉଁ ଆଧାରରେ ମୂଲ୍ୟାୟନ ହେବ ମ୍ୟାଟ୍ରିକ୍ ରେଜଲ୍ଟ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଯୋଗୁ ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ତେବେ ଛାତ୍ରଛାତ୍ରୀଙ୍କୁ ମ୍ୟାଟ୍ରିକ୍ ଫଳାଫଳ କେଉଁ ଆଧାରରେ ମିଳିବ, ତାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ବ ଦୂର ହୋଇଛି। ମ୍ୟାଟ୍ରିକ୍ ରେଜଲ୍ଟ ପାଇଁ ଚୂଡ଼ାନ୍ତ ପଦ୍ଧତିକୁ ଆଜି ବୋର୍ଡ ଅନୁମୋଦନ ଦେଇଛି। ନବମ ଓ ଦଶମ ଶ୍ରେଣୀର ମାର୍କ ଆଧାରରେ ମୂଲ୍ୟାୟନ ହେବ। ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କକୁ ବିଚାରକୁ ନିଆଯିବ। ଦଶମର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ […]

Matric

Ranjit Kumar Jena
  • Published: Friday, 07 May 2021
  • , Updated: 07 May 2021, 07:33 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଯୋଗୁ ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ତେବେ ଛାତ୍ରଛାତ୍ରୀଙ୍କୁ ମ୍ୟାଟ୍ରିକ୍ ଫଳାଫଳ କେଉଁ ଆଧାରରେ ମିଳିବ, ତାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ବ ଦୂର ହୋଇଛି। ମ୍ୟାଟ୍ରିକ୍ ରେଜଲ୍ଟ ପାଇଁ ଚୂଡ଼ାନ୍ତ ପଦ୍ଧତିକୁ ଆଜି ବୋର୍ଡ ଅନୁମୋଦନ ଦେଇଛି।

ନବମ ଓ ଦଶମ ଶ୍ରେଣୀର ମାର୍କ ଆଧାରରେ ମୂଲ୍ୟାୟନ ହେବ। ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କକୁ ବିଚାରକୁ ନିଆଯିବ। ଦଶମର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପ୍ରାକ୍ଟିସ୍ ପରୀକ୍ଷା ମାର୍କକୁ ମଧ୍ୟ ବିଚାର କରାଯିବ। ନବମର ୪୦%, ଦଶମର ୬୦% ମାର୍କକୁ ଗୁରୁତ୍ୱ ଦିଆଯିବ। ଦଶମରେ କୌଣସି ପରୀକ୍ଷା ଦେଇ ନଥିଲେ ନବମ ମାର୍କକୁ ବିଚାର କରାଯିବ।

ଦଶମରେ ଗୋଟିଏ ପରୀକ୍ଷା ଦେଇଥିଲେ ନବମର ୭୦% ମାର୍କକୁ ଗୁରୁତ୍ୱ ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ସେହିପରି ରେଜଲ୍ଟ ପ୍ରସ୍ତୁତି ପାଇଁ ୨୭୬୬ଟି ସ୍କୁଲକୁ ମେଣ୍ଟର ସ୍କୁଲ ଭାବେ ଘୋଷଣା କରାଯାଇଛି। ମେଣ୍ଟର ସ୍କୁଲର ପ୍ରଧାନ ଶିକ୍ଷକ ସବୁ ସ୍କୁଲର ମାର୍କ ଅପଲୋଡ୍ କରିବେ। ପ୍ରତିଟି ବିଷୟ ଅନୁସାରେ ଛାତ୍ରଛାତ୍ରୀଙ୍କ ସର୍ବାଧିକ ନମ୍ବର ଅପଲୋଡ୍ କରାଯିବ । ମେ ୨୪ରୁ ୩୧ ତାରିଖ ମଧ୍ୟରେ ପ୍ରଧାନ ଶିକ୍ଷକ ୟମାର୍କ ଅପଲୋଡ୍ କରିବେ।

ଗତ ଏପ୍ରିଲ୍ ୨୪ ତାରିଖରେ ମ୍ୟାଟ୍ରିକ୍ ପରୀକ୍ଷାକୁ ଆନୁଷ୍ଠାନିକ ଭାବେ ବାତିଲ୍‌ କରାଯାଇଥିଲା। ପରୀକ୍ଷା ବାତିଲ ବିଭିନ୍ନ ଆଡ଼ୁ ପ୍ରତିବାଦ ପରେ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏହି ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ରେଗୁଲାର, ଏକ୍ସରେଗୁଲାର, ମଧ୍ୟମା ପିଲାଙ୍କୁ ମିଶାଇ ଚଳିତ ବର୍ଷ ୬ ଲକ୍ଷ ୪୭ ହଜାର ପିଲା ପରୀକ୍ଷା ଦେଇଥାନ୍ତେ। ଏଥିନିମନ୍ତେ ୩୩ଶହ କେନ୍ଦ୍ରକୁ ପ୍ରସ୍ତୁତ କରାଯାଇଥିଲା। ପିଲାମାନେ ନିଜ କେନ୍ଦ୍ରରେ ପରୀକ୍ଷା ଦେଇଥାନ୍ତେ। ଦଶମ ଶ୍ରେଣୀ ପିଲାଙ୍କ ନିମନ୍ତେ ଜାନୁଆରୀ ୨୮ ତାରିଖରୁ ଏପ୍ରିଲ ୨୫ ପର୍ଯ୍ୟନ୍ତ ୧୦୦ ଦିନିଆ ପାଠପଢ଼ା ଚାଲିଥିଲା। ପରୀକ୍ଷା ନିମନ୍ତେ ପିଲାମାନଙ୍କୁ ପ୍ରସ୍ତୁତ କରାଯାଉଥିବା ବେଳେ ସେମାନେ ୮୦ ମାର୍କର ପରୀକ୍ଷା ଦେଇଥାନ୍ତେ।

Related story