୨୦ ଫୁଟ୍‌ ତଳକୁ ଖସି ପଡ଼ିଲା ବିଏସଏଫ୍ ଗାଡ଼ି, ୩ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଘାଟିରେ ଆଜି ବିଏସଏଫ୍ ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗାଡ଼ିର ଡ୍ରାଇଭର ସମେତ ୩ ଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କୋରାପୁଟରେ ଥିବା ବିଏସଏଫ୍ ୧୦୪ ବାଟାଲିୟନକୁ ଗାଡ଼ି ସ୍ଥାନାନ୍ତର ବେଳେ ଏହି ଦୁର୍ଘଟଣା ଘଟିଛି।  ଭାରସାମ୍ୟ ହରାଇ ରାସ୍ତାର ୨୦ ଫୁଟ ତଳକୁ ଖସି ପଡ଼ିଥିଲା ଗାଡ଼ି। ଗାଡ଼ିରେ ଜାଳେଣି କାଠ ସହ ଖାଦ୍ୟ ସାମଗ୍ରୀ ସ୍ଥାନାନ୍ତର ହେଉଥିଲା।  ୭ଟି ଗା଼ଡ଼ିରେ […]

Rakesh Mallick
  • Published: Monday, 11 September 2017
  • , Updated: 11 September 2017, 01:04 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଘାଟିରେ ଆଜି ବିଏସଏଫ୍ ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗାଡ଼ିର ଡ୍ରାଇଭର ସମେତ ୩ ଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କୋରାପୁଟରେ ଥିବା ବିଏସଏଫ୍ ୧୦୪ ବାଟାଲିୟନକୁ ଗାଡ଼ି ସ୍ଥାନାନ୍ତର ବେଳେ ଏହି ଦୁର୍ଘଟଣା ଘଟିଛି।  ଭାରସାମ୍ୟ ହରାଇ ରାସ୍ତାର ୨୦ ଫୁଟ ତଳକୁ ଖସି ପଡ଼ିଥିଲା ଗାଡ଼ି।

ଗାଡ଼ିରେ ଜାଳେଣି କାଠ ସହ ଖାଦ୍ୟ ସାମଗ୍ରୀ ସ୍ଥାନାନ୍ତର ହେଉଥିଲା।  ୭ଟି ଗା଼ଡ଼ିରେ ଖାଦ୍ୟ ସାମଗ୍ରୀ ସ୍ଥାନାନ୍ତର ହେଉଥିବାବେଳେ ଗୋଟିଏ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Related story