ମାଟି ତଳୁ ବନ୍ଧୁକ ସହ ବହୁ ପରିମାରଣ ବିସ୍ଫୋରକ ଜବତ

କୋରାପୁଟ(ଓଡ଼ିଶା ରିପୋର୍ଟର): ମାଓବାଦୀଙ୍କ ସହିଦ ସପ୍ତାହରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। କୋରାପୁଟର ବୈପାରିଗୁଡା ଜଙ୍ଗଲର ଆମ୍ବଗାଡ଼ିଲି, ମାଳିଗୁଡା ଓ ଗରମ ପାଣି ଗାଁ ନିକଟ ଜଙ୍ଗଲରୁ କୁମ୍ବିଂ ବହୁ ପରିମାଣର ବିସ୍ଫୋରକ ମିଳିଛି। ମାଟି ତଳେ ଏସବୁ ବିସ୍ଫୋରକୁ ଲୁଚାଇ ରଖାଯାଇଥିଲା। ସର୍ଚ୍ଚ ଅପରେସନ ବେଳେ ଏହା ଧରାପଡ଼ିଛି। ବିିସ୍ଫୋରକ ସାମଗ୍ରୀ ଭିତରେ ୯ଟି ପଏଣ୍ଟ ଥ୍ରି ନଟ୍ ଥ୍ରି ବନ୍ଧୁକ, ୪୮ଟି AK-47ର ଗୁଳି ଜବତ ହୋଇଛି। ଏହାଛଡ଼ା ବିଭିନ୍ନ ପ୍ରକାରର ବନ୍ଧୁକର ଗୁଳି ସହ […]

BSF

BSF

Niranjan Mishra
  • Published: Tuesday, 02 August 2022
  • Updated: 02 August 2022, 05:46 PM IST

Sports

Latest News

କୋରାପୁଟ(ଓଡ଼ିଶା ରିପୋର୍ଟର): ମାଓବାଦୀଙ୍କ ସହିଦ ସପ୍ତାହରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। କୋରାପୁଟର ବୈପାରିଗୁଡା ଜଙ୍ଗଲର ଆମ୍ବଗାଡ଼ିଲି, ମାଳିଗୁଡା ଓ ଗରମ ପାଣି ଗାଁ ନିକଟ ଜଙ୍ଗଲରୁ କୁମ୍ବିଂ ବହୁ ପରିମାଣର ବିସ୍ଫୋରକ ମିଳିଛି। ମାଟି ତଳେ ଏସବୁ ବିସ୍ଫୋରକୁ ଲୁଚାଇ ରଖାଯାଇଥିଲା। ସର୍ଚ୍ଚ ଅପରେସନ ବେଳେ ଏହା ଧରାପଡ଼ିଛି।

ବିିସ୍ଫୋରକ ସାମଗ୍ରୀ ଭିତରେ ୯ଟି ପଏଣ୍ଟ ଥ୍ରି ନଟ୍ ଥ୍ରି ବନ୍ଧୁକ, ୪୮ଟି AK-47ର ଗୁଳି ଜବତ ହୋଇଛି। ଏହାଛଡ଼ା ବିଭିନ୍ନ ପ୍ରକାରର ବନ୍ଧୁକର ଗୁଳି ସହ ୯୫ଟି ଜିଲୋଟିନ୍, ଚାର୍ଜର କ୍ଲିପ୍, ଟିଓର ଜେଲ, ନଟବୋଲଟ ମଧ୍ୟ ଜବତ ହୋଇଛି।

ଗୁଇନ୍ଦା ସୂଚନା ମୁତାବକ, ଗତ ୩୧ ତାରିଖରେ ଆଣ୍ଟି ନକ୍ସଲ ଅପରେସନ୍ ବେଳେ ଏ ସବୁ ଜବତ କରାଯାଇଛି। କୋରାପୁଟ ଡିଭିଏଫ ଓ ୧୫୧  ବାଟାଲିୟନ ବିଏସଫର ଯବାନମାନେ ଏହି ଅପରେସନରେ ସାମିଲ ଥିଲେ। ଏନେଇ ଆଜି ପ୍ରେସ ମିଟରେ ସୂଚନା ଦେଇଛନ୍ତି କୋରାପୁଟ ଏସ୍‌ପି ବରୁନ ଗୁଣ୍ଟୁପାଲି । ଏହି ଘଟଣା ପରେ ପୁଲିସ ଅଧିକ ସତର୍କତା ଅବଲମ୍ବନ କରିବା ସହ ସର୍ଚ୍ଚ ଅପରେସନକୁ ଜୋରଦାର କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos