୧୪ରୁ ବିଧାନସଭା ବଜେଟ୍ ଅଧିବେଶନ, ୧୮ରେ ବଜେଟ୍‌

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) : ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ଫେବୃୟାରୀ ୧୪ତାରିଖରୁ ଆରମ୍ଭ ହେବ। ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ଓ ୧୮ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ। ଅଧିବେଶନ ମୋଟ୍ ୩୧ଦିନ ଧରି ଚାଲିବ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅନୁମୋଦନ ପରେ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଫେବୃୟାରୀ ୧୪ରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇ […]

Manoranjan Sial
  • Published: Tuesday, 21 January 2020
  • , Updated: 21 January 2020, 04:15 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) : ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ଫେବୃୟାରୀ ୧୪ତାରିଖରୁ ଆରମ୍ଭ ହେବ। ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ଓ ୧୮ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ। ଅଧିବେଶନ ମୋଟ୍ ୩୧ଦିନ ଧରି ଚାଲିବ।

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅନୁମୋଦନ ପରେ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଫେବୃୟାରୀ ୧୪ରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ଅଧିବେଶନ ଫେବୃୟାରୀ ୨୬ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୧ରୁ ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ୍ ୩୧ଦିନ ଅଧିବେଶନ ବସିବ। ପ୍ରଥମ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅଭିଭାଷଣ ଦେବେ ଓ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ୧୫ ଓ ୧୭ତାରିଖ ଦୁଇଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ। ୧୬ତାରିଖ ଛୁଟି ଥିବାବେଳେ ୧୮ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ। ୧୯ତାରଖ ସରକାରୀ କାର୍ଯ୍ୟଦିବସ ଥିବାବେଳେ ୨୦ତାରିଖ ବେସରକାରୀ କାର୍ଯ୍ୟଦିବସ ଏବଂ ୨୧ରୁ ୨୩ତାରିଖ ଛୁଟି ରହିଛି। ୨୪ରୁ ୨୬ତାରିଖ ଦିନ ଧରି ବଜେଟ୍ ଉପରେ ଆଲୋଚନା ପରେ ଗୃହ କାର୍ଯ୍ୟ ମାର୍ଚ୍ଚ ୧୦ତାରିଖ ପର୍ଯ୍ୟନ୍ତ ମୁଲତବୀ ରହିବ। ୧୧ତାରିଖରେ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପିତ ହେବ ଓ ୧୩ରୁ ବିଭାଗୱାରି ବଜେଟ୍ ଅନୁଦାନ ଉପରେ ଆଲୋଚନା ହେବ। ମାର୍ଚ୍ଚ ୧୪ , ୧୫, ୨୨, ୨୮ ଓ ୨୯ ଏବଂ ଏପ୍ରିଲ ୧,୨ ଓ ୫ତାରିଖ ଛୁଟି ଅଛି । ଅନ୍ୟଦିନଗୁଡ଼ିକରେ ଅଧିବେଶନ ଚାଲିବ।

Related story