ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବହୁ କଳ୍ପନା ଜଳ୍ପନା ପରେ ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ି ଠାକୁରାଣୀ ଯାତ୍ରାକୁ ମିଳିଲା ଗ୍ରୀନ ସିଗ୍ନାଲ। କୋଭିଡ କଟକଣା ଭିତରେ ପାଳନ ହେବ ଯାତ୍ରା। ପରିଚାଳନା କମିଟି ସଦସ୍ୟଙ୍କ ସହ ବିଇଏମ୍ସି କଶିନରଙ୍କ ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।
ତେବେ ୨୧ ଦିନ ବଦଳରେ ଠାକୁରାଣୀ ଯାତ୍ରା ଅବଧି ସଂକ୍ଷିପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଚଳିତବର୍ଷ କରୋନା ଯୋଗୁଁ ବାହାର ଜିଲ୍ଲା ଓ ରାଜ୍ୟରୁ ଅତିଥିଙ୍କୁ ନଡାକିବାକୁ କମିଶନରଙ୍କ ବ୍ରହ୍ମପୁରବାସୀଙ୍କୁ ଅପିଲ କରିଛନ୍ତି।
ସୂଚନାଯୋଗ୍ୟ ଯେ, ପ୍ରତି ୨ ବର୍ଷରେ ଥରେ ବୁଢ଼ୀ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ।