ମଇଁଷି ମଡ଼କ, ଛଅ ଦିନରେ ମଲେଣି ଶହେରୁ ଅଧିକ

ଭଦ୍ରକ(ଓଡିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖଟୁଆପାଟଣା ଗାଁରେ ମଇଁଷି ମଡ଼କ। ଗତ ୬ ଭିତରେ ଏଠାରେ ମଲେଣି ଶହେରୁ ଅଧିକ ମଇଁଷି। ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଥିଲେ ମଧ୍ୟ ମଇଁଷି ମଡ଼କକୁ ରୋକାଯାଇପାରୁନି। ମୃତ ମଇଁଷିଙ୍କର ରକ୍ତ ନମୂନା ପରୀକ୍ଷା କରିବା ସହ ବ୍ୟବଚ୍ଛେଦ କରାଯାଇଛି। ମଇଁଷି ଗୁଡିକ ପ୍ରଥମେ ଝାଉଁଳି ପଡୁଛନ୍ତି। ଏହା ପରେ ପାଟିରୁ ଲାଳ ବାହାରୁଛି। ତା’ପରେ ସେମାନେ ମୃତ୍ୟୁ ମୁଖରେ ପଡୁଛନ୍ତି। ଏହି ଅଞ୍ଚଳରେ […]

buffalo dead

Rakesh Mallick
  • Published: Monday, 26 February 2018
  • , Updated: 26 February 2018, 11:53 AM IST

ଭଦ୍ରକ(ଓଡିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖଟୁଆପାଟଣା ଗାଁରେ ମଇଁଷି ମଡ଼କ। ଗତ ୬ ଭିତରେ ଏଠାରେ ମଲେଣି ଶହେରୁ ଅଧିକ ମଇଁଷି। ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଥିଲେ ମଧ୍ୟ ମଇଁଷି ମଡ଼କକୁ ରୋକାଯାଇପାରୁନି। ମୃତ ମଇଁଷିଙ୍କର ରକ୍ତ ନମୂନା ପରୀକ୍ଷା କରିବା ସହ ବ୍ୟବଚ୍ଛେଦ କରାଯାଇଛି। ମଇଁଷି ଗୁଡିକ ପ୍ରଥମେ ଝାଉଁଳି ପଡୁଛନ୍ତି। ଏହା ପରେ ପାଟିରୁ ଲାଳ ବାହାରୁଛି। ତା’ପରେ ସେମାନେ ମୃତ୍ୟୁ ମୁଖରେ ପଡୁଛନ୍ତି। ଏହି ଅଞ୍ଚଳରେ ୨ଶହରୁ ଅଧିକ ପରିବାର ମଇଁଷି ପାଳନ କରି ପରିବାର ପ୍ରତିପୋଷଣ କରିଥାନ୍ତି। ମଇଁଷି ମଡକ ଲାଗି ରହିଥିବାରୁ ଚାଷୀ ମାନେ ଚିନ୍ତାରେ ପଡିଯାଇଛନ୍ତି।

Related story