ବୋଲ ମାନୁନି ‘ସାହାଣ’! ପୁଣି ଦୁଇ ମଇଁଷି ମାରିଲା

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ମଇଁଷି ମଡ଼କକୁ ନେଇ ଚିନ୍ତାରେ ଗୋପାଳକ। ଗଲା ୧୦ରୁ ୧୨ ଦିନ ଭିତରେ କେବଳ ଖଟୁଆପାଟଣାରୁ ଗାଁରୁ ଦେଢ଼ ଶହରୁ ଅଧିକ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ‘ସାହାଣା’ ରୋଗ ସଂକ୍ରମଣରେ ମଇଁଷିଙ୍କ ମୃତ୍ୟୁ ସ୍ପଷ୍ଟ ହେବା ପରେ ଏବେ ଟୀକାକରଣ ଉପରେ ଜୋର୍ ଦିଆଯାଉଛି। ଏହା ସତ୍ତ୍ୱେ ବି ମଇଁଷି ମଡ଼କ ଧାରା ଥମୁନି। ଆଜି ଆଉ ଦୁଇଟି ମଇଁଷିଙ୍କ ମୃତ୍ୟୁ ହେବା ପରେ ହତାଶ ହୋଇ […]

chilka

Rakesh Mallick
  • Published: Friday, 02 March 2018
  • , Updated: 02 March 2018, 08:44 PM IST

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ମଇଁଷି ମଡ଼କକୁ ନେଇ ଚିନ୍ତାରେ ଗୋପାଳକ। ଗଲା ୧୦ରୁ ୧୨ ଦିନ ଭିତରେ କେବଳ ଖଟୁଆପାଟଣାରୁ ଗାଁରୁ ଦେଢ଼ ଶହରୁ ଅଧିକ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ‘ସାହାଣା’ ରୋଗ ସଂକ୍ରମଣରେ ମଇଁଷିଙ୍କ ମୃତ୍ୟୁ ସ୍ପଷ୍ଟ ହେବା ପରେ ଏବେ ଟୀକାକରଣ ଉପରେ ଜୋର୍ ଦିଆଯାଉଛି। ଏହା ସତ୍ତ୍ୱେ ବି ମଇଁଷି ମଡ଼କ ଧାରା ଥମୁନି। ଆଜି ଆଉ ଦୁଇଟି ମଇଁଷିଙ୍କ ମୃତ୍ୟୁ ହେବା ପରେ ହତାଶ ହୋଇ ପଡ଼ିଛନ୍ତି ଗୋପାଳକ।

ଆଖି ଆଗରେ ଉଜୁଡ଼ି ଯାଉଥିବା ବେଉଷାକୁ ଦେଖି ଛାତି ଫାଟିଯାଉଛି ଅଖୁଆଙ୍କର। ଚାନ୍ଦବାଲି ଅନ୍ତର୍ଗତ ମଇଁଷି ମଡ଼କର ଗାଁର ଖଟୁଆପାଟଣାର ଅଖୁ ପଲେଇ। ଗୋଟିଏ କି ଦୁଇଟି ନୁହେଁ, ଗଲା ୮ଦିନ ଭିତରେ ଅଖୁଙ୍କର ୧୨ଟି ଦୁଆଁଳିଆ ମଇଁଷିଙ୍କୁ ମାରି ପୁରା ଗୋଠ ପଦା କରି ଦେଲାଣି ସାହାଣା ରୋଗ। ଏଭଳି ସ୍ଥିତିରେ ଋଣ କେମିତି ସୁଝିବେ, ଆଗକୁ ପରିବାର କେମିତି ଚଳିବ ସେଇ ଚିନ୍ତା ତାଙ୍କ ମୁଣ୍ଡ ଖାଉଛି। ଏପଟେ ୧୬ଟି ଦୁଆଁଳିଆ ମଇଁଷିକୁ ଦୁର୍ଦ୍ଦିନରେ ଦିନ ଅତିବାହିତ କରୁଛନ୍ତି ଦୁଲ ପଲେଇ।

ଖଟୁଣା ପାଟଣା ଗାଁରେ ରହୁଛନ୍ତି ପ୍ରାୟ ଶହେ ପରିବାର। ସମସ୍ତଙ୍କ ବେଉଷା ମଇଁଷି ଓ ଗୋପାଳନ। ଗାଁ ଲୋକଙ୍କ କଥା, ରୋଗରେ ପଡ଼ି ଗଲା ୨୦  ତାରିଖରୁ ଗାଁରୁ ଦେଢ଼ଶହରୁ ଊର୍ଦ୍ଧ୍ୱ ମଇଁଷିଙ୍କ ମଡ଼ା ଉଠିଲାଣି। ହେଲେ ସରକାରୀ ସଂଖ୍ୟା କିନ୍ତୁ ୮୦ରେ ସୀମିତ। ସାହାଣା ରୋଗ ସଂକ୍ରମଣରୁ ମଇଁଷି ମୃତ୍ୟୁ ଜଣାପଡ଼ିବା ପରେ ଗାଁରେ ଟୀକାକରଣ ଚାଲିଛି, ହେଲେ ରୋଗ  ସଂକ୍ରମଣ କମୁନି। ମଇଁଷି ପରେ ଗାଈ ବି ମଲେଣି। ତେବେ ରୋଗ ନିୟନ୍ତ୍ରଣ  ଅବସ୍ଥାକୁ ପ୍ରାଣୀ ଚିକିତ୍ସାଧିକାରୀ କହୁଥିବା ବେଳେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା  ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି।

Related story