ରାଜଧାନୀ ମଇଁଷିକୁ ଟ୍ରାଫିକ୍‌ ନିୟମ ଜଣା,କେବେ ଶିଖିବ ମଣିଷ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କୁହାଯାଏ ଫଟୋ କଥା କୁହେ। ସମ୍ପୂର୍ଣ୍ଣ ଠିକ୍‌ କଥା। ହଁ ଆପଣ ଆଜି ଯେଉଁ ଫଟୋଟି ଦେଖୁଛନ୍ତି ସେ ଅନେକ କଥା କହୁଛି। ଯାହା ହଜାରେ ଶବ୍ଦଠାରୁ ବି ଆହୁରି ଶକ୍ତିଶାଳୀ। ହୁଏତ ଆପଣ କେବେ କଳ୍ପନା ବି କରିପାରିବେନି। ନିଜ ମନକୁ ପ୍ରଶ୍ନ କରିବେ , ସତରେ ଏମାନେ ପଶୁ ହୋଇବି ମଣିଷଠାରୁ କେତେ ମହାନ। ମଇଁଷି ହେଲେ ବି ସେମାନେ କେମିତି ନିୟମ କାନୁନଙ୍କୁ ସମ୍ମାନ ଦିଅନ୍ତି ତା’ର ଏକ ଚିତ୍ର ରାଜଧାନୀ […]

h-90-98

Tapas Behera
  • Published: Thursday, 19 September 2019
  • , Updated: 19 September 2019, 02:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କୁହାଯାଏ ଫଟୋ କଥା କୁହେ। ସମ୍ପୂର୍ଣ୍ଣ ଠିକ୍‌ କଥା। ହଁ ଆପଣ ଆଜି ଯେଉଁ ଫଟୋଟି ଦେଖୁଛନ୍ତି ସେ ଅନେକ କଥା କହୁଛି। ଯାହା ହଜାରେ ଶବ୍ଦଠାରୁ ବି ଆହୁରି ଶକ୍ତିଶାଳୀ। ହୁଏତ ଆପଣ କେବେ କଳ୍ପନା ବି କରିପାରିବେନି। ନିଜ ମନକୁ ପ୍ରଶ୍ନ କରିବେ , ସତରେ ଏମାନେ ପଶୁ ହୋଇବି ମଣିଷଠାରୁ କେତେ ମହାନ। ମଇଁଷି ହେଲେ ବି ସେମାନେ କେମିତି ନିୟମ କାନୁନଙ୍କୁ ସମ୍ମାନ ଦିଅନ୍ତି ତା’ର ଏକ ଚିତ୍ର ରାଜଧାନୀ ଭୁବନେଶ୍ୱରରୁ ଆସିଛି। ଯାହାକୁ ନେଇ ଫଟୋ ସହ ଏକ ଲେଖା ସମ୍ବଳିତ ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ।

ସେଥିରେ ସେ ଲେଖିଛନ୍ତି ଯେ, ଭୁବନେଶ୍ୱରର ଜାଭିୟର ଛକରେ ମଇଁଷିମାନେ କେମିତି ଅତି ଧୈର୍ଯ୍ୟର ସହ ଅପେକ୍ଷା କରିଛନ୍ତି। ଏମିତି ମଇଁଷି ଗୁଡ଼ିକ ଜେବ୍ରା କ୍ରସିଂକୁ ମଧ୍ୟ ଛୁଇଁ ନାହାନ୍ତି।

ସେଥିରେ ସେ ଆଉ ପଦେ ମଣିଷଙ୍କୁ କଟାକ୍ଷ ଲେଖିଛନ୍ତି ଯେ, ବୋଧ ହୁଏ କେହି ସେମାନଙ୍କୁ(ମଇଁଷିମାନଙ୍କୁ) କହିଦେଇଛି ଯେ, କେବଳ ମଣିଷମାନେ ହିଁ ଜେବ୍ରା କ୍ରସିଂ ଛୁଅଁନ୍ତି। ଏହି ପଶୁମାନଙ୍କଠାରୁ ମଣିଷମାନେ କେବେ ଶିଖିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ମଇଁଷିମାନଙ୍କର ଏହି ଶୃଙ୍ଖଳିତ ଚରିତ୍ର ସେଇମାନଙ୍କ ପାଇଁ ଏକ ଉଚିତ୍ ଶିକ୍ଷା, ଯେଉଁ ମଣିଷ ବାରମ୍ବାର ଟ୍ରାଫିକ୍‌ ନିୟମ ଭାଙ୍ଗି ନିଜକୁ ଖୁବ୍‌ ବୁଦ୍ଧିମାନ ବୋଲି ମନେ କରନ୍ତି।

Related story