ବୁଗୁଡ଼ାର ଅତିରିକ୍ତ ତହସିଲଦାର ଗିରଫ

<p>ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ାର ଅତିରିକ୍ତ ତହସିଲଦାର ଦିବାକର ପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆଜି ସକାଳେ ଭିଜିଲାନ୍ସ ତାଙ୍କ ଘର ଉପରେ ଚଢ଼ାଉ କରିଥିଲା। ପୋଲସର ସ୍ଥିତ ପାଣ୍ଡିରପଡ଼ାରେ ଥିବା ତାଙ୍କ ପୈତୃକ ବାସଭବନ ଓ ବ୍ରହ୍ମପୁରର ଅରବିନ୍ଦ ନଗରରେ ଥିବା ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଏକାକାଳୀନ ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। କିଛି ଦିନ ତଳେ ତାଙ୍କ କାର୍ଯ୍ୟାଳୟର ଜଣେ କିରାଣି ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ। ଏନେଇ ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରୁଥିଲା। ତେବେ ଏହି ମାମଲା ସହିତ ଦିବାକର ପାତ୍ରଙ୍କର ମଧ୍ୟ ସମ୍ପର୍କ ରହିଛି ବୋଲି ଭିଜିଲାନ୍ସ ସୂଚନା ପାଇଥିଲା। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଡିଏସ୍&zwnj;ପି ବେଣୁଧର ନାୟକଙ୍କ ନେତୃତ୍ୱରେ ଏକ ଟିମ୍&zwnj; ତାଙ୍କ ବାସଭବନ ଉପରେ ଚଢ଼ାଉ କରିଥିଲା। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ପ୍ରମାଣ ମିଳିବା ପରେ &nbsp;ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ବ୍ରହ୍ମପୁର ଅଣାଯିବା ପରେ&nbsp; ଭିଜିଲାନ୍ସ ଏସ୍&zwnj;ପି ଜେରା କରିବେ। ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ।</p> <p>&amp;nbsp;</p>

Ordigital Desk
  • Published: Friday, 02 February 2018
  • Updated: 02 February 2018, 09:08 AM IST

Sports

Latest News

<p>ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ାର ଅତିରିକ୍ତ ତହସିଲଦାର ଦିବାକର ପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆଜି ସକାଳେ ଭିଜିଲାନ୍ସ ତାଙ୍କ ଘର ଉପରେ ଚଢ଼ାଉ କରିଥିଲା। ପୋଲସର ସ୍ଥିତ ପାଣ୍ଡିରପଡ଼ାରେ ଥିବା ତାଙ୍କ ପୈତୃକ ବାସଭବନ ଓ ବ୍ରହ୍ମପୁରର ଅରବିନ୍ଦ ନଗରରେ ଥିବା ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଏକାକାଳୀନ ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। କିଛି ଦିନ ତଳେ ତାଙ୍କ କାର୍ଯ୍ୟାଳୟର ଜଣେ କିରାଣି ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ। ଏନେଇ ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରୁଥିଲା। ତେବେ ଏହି ମାମଲା ସହିତ ଦିବାକର ପାତ୍ରଙ୍କର ମଧ୍ୟ ସମ୍ପର୍କ ରହିଛି ବୋଲି ଭିଜିଲାନ୍ସ ସୂଚନା ପାଇଥିଲା। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଡିଏସ୍&zwnj;ପି ବେଣୁଧର ନାୟକଙ୍କ ନେତୃତ୍ୱରେ ଏକ ଟିମ୍&zwnj; ତାଙ୍କ ବାସଭବନ ଉପରେ ଚଢ଼ାଉ କରିଥିଲା। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ପ୍ରମାଣ ମିଳିବା ପରେ &nbsp;ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ବ୍ରହ୍ମପୁର ଅଣାଯିବା ପରେ&nbsp; ଭିଜିଲାନ୍ସ ଏସ୍&zwnj;ପି ଜେରା କରିବେ। ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ।</p><p>&amp;nbsp;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos