ରଖେ ହରି ମାରେ କିଏ? ବାଜିଲାନି ଗୁଳି, ବଞ୍ଚିଗଲେ ଡମ୍ୱୁରଧର

ମୋହନା (ମିହୀର ଯତି): ପ୍ରତିଶୋଧ ପରାୟଣା ହୋଇ ଡମ୍ୱୁରଧର ମାଝୀଙ୍କ ଉପରକୁ ଗୁଳି ଚଳାଇ ଥିଲେ। ମାତ୍ର ଗୁଳି ତାଙ୍କ ବାଇକ୍‌ ହେଡ୍‌ଲାଇଟ୍‌ରେ ବାଜିଥିଲା। ବଞ୍ଚିଗଲେ ଡମ୍ୱୁରଧର। ଏପରି ଘଟଣା ଗଜପତ ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣାଟି ଏମିତି। ଡିସେମ୍ୱର ମାସରେ ଅଡ଼ବା ଥାନା ଜାଡିଙ୍ଗି ଗାଁର ପ୍ରମୋଦ ମାଝିଙ୍କ ୯ ମାସର ଶିଶୁର ମୃତ୍ୟୁ […]

mohana

mohana

Manoranjan Sial
  • Published: Monday, 08 February 2021
  • Updated: 08 February 2021, 10:16 PM IST

ମୋହନା (ମିହୀର ଯତି): ପ୍ରତିଶୋଧ ପରାୟଣା ହୋଇ ଡମ୍ୱୁରଧର ମାଝୀଙ୍କ ଉପରକୁ ଗୁଳି ଚଳାଇ ଥିଲେ। ମାତ୍ର ଗୁଳି ତାଙ୍କ ବାଇକ୍‌ ହେଡ୍‌ଲାଇଟ୍‌ରେ ବାଜିଥିଲା। ବଞ୍ଚିଗଲେ ଡମ୍ୱୁରଧର। ଏପରି ଘଟଣା ଗଜପତ ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣାଟି ଏମିତି। ଡିସେମ୍ୱର ମାସରେ ଅଡ଼ବା ଥାନା ଜାଡିଙ୍ଗି ଗାଁର ପ୍ରମୋଦ ମାଝିଙ୍କ ୯ ମାସର ଶିଶୁର ମୃତ୍ୟୁ ଘଟିଥିଲା। ସେହି ମୃତ୍ୟୁ ପଛରେ ଡମ୍ୱୁରଧର ମାଝୀ ଓ ତାଙ୍କ ବାପାଙ୍କ ହାତ ଥିବା ସନ୍ଦେହ କରୁଥିଲେ। ବାପ-ପୁଅ ଗୁଣି କରି ଶିଶୁକୁ ମାରି ଦେଇଛନ୍ତି ପ୍ରମୋଦର ପରିବାର ଲୋକେ ସନ୍ଦେହ କରୁଥିଲେ। ଏପରିକି ଏହି ଘଟଣାକୁ ନେଇ ଜାନୁଆରୀ ମାସରେ ଗାଁରେ ବୈଠକ ବସିଥିଲା। ଗାଁ କମିଟିର ନିଷ୍ପତ୍ତି ଅନୁସାରେ ଡମ୍ୱୁରଧର ମାଝୀ ସାହି ଭାଇଙ୍କୁ ଭୋଜି ଦେବେ। ଏଥିରେ
ଡମ୍ୱୁରଧର ମାଝୀ ରାଜି ହୋଇଥିଲେ। ମାତ୍ର ପ୍ରମୋଦ ଗାଁ ଲୋକଙ୍କ ନିଷ୍ପତ୍ତିରେ ରାଜି ନଥିଲେ। ପ୍ରତିଶୋଧ ପରାୟଣା ହୋଇ ଡମ୍ୱୁରଧର ମାଝୀଙ୍କୁ ରାସ୍ତାରୁ ହଟାଇବା ପାଇଁ ସୁଯୋଗ ଅପେକ୍ଷା କରିଥିଲେ।

ରବିବାର ସକାଳେ ଡମ୍ୱୁରଧର ମାଝୀ ବାଇକ୍‌ରେ କରଡାବାଡ ଗ୍ରାମକୁ ଯାଉଥିଲେ। ତେବେ ରାସ୍ତାରେ ପ୍ରମୋଦ ମାଝୀ ଓ ତାଙ୍କ ଦୁଇ ଜଣ ସାଥୀ ଡମ୍ୱୁରଧରଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ମାତ୍ର ଗୁଳି ତାଙ୍କ ବାଇକ୍‌ ହେଡ୍‌ଲାଇଟ୍‌ରେ ବାଜିଥିଲା। ଆଉ ଭାରସାମ୍ୟ ହରାଇ ଡମ୍ୱୁରଧର ତଳେ ପଡ଼ି ଯାଇଥିଲେ। ଏହା ପରେ ପ୍ରମୋଦ ଓ ତାଙ୍କ ସାଥୀ, ଡମ୍ୱୁରଧରଙ୍କୁ ମାଡ଼ ମାରି ତାଙ୍କ ମୋବାଇଲ ଛଡ଼ାଇ ନେଇଯାଇଥିବା ଅଭିଯୋଗ ହୋଇଛି।

ସ୍ଥାନୀୟ ଲୋକେ ଡମ୍ୱୁରୁଧରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ଡମ୍ୱୁରଧର ମାଝୀ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ସୋମବାର ୨ଟି ଖୋକା ଓ ବାଇକ ଜବତ କରି ତଦନ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି। ଏବେ ପ୍ରମୋଦ ତାଙ୍କ ସାଥୀମାନେ ଫେରାର ହୋଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos