ପୁଣି ଗେଟରେ ତାଲା ପକାଇଲେ ଭିଏସଏସ୍ ଛାତ୍ରଛାତ୍ରୀ: ଆଜି ବି ରିପୋର୍ଟିଂ କରି ପାରିଲେନି ସର୍ଦ୍ଦାର ରାଜାସର ଛାତ୍ରଛାତ୍ରୀ

ସମ୍ବଲପୁର:ବୁର୍ଲା ଭିଏସଏସ୍ ମେଡ଼ିକାଲ କଲେଜର ଛାତ୍ରଛାତ୍ରୀମାନେ ପୁଣି ଆନ୍ଦୋଳନ କରିଛନ୍ତି। ଆଜି କଲେଜ ମୁଖ୍ୟ ଫାଟକରେ ଛାତ୍ରଛାତ୍ରୀମାନେ ତାଲା ପକାଇଛନ୍ତି। ଫଳରେ ସର୍ଦ୍ଦାର ରାଜାସ୍ ମେଡ଼ିକାଲ କଲେଜ ଛାତ୍ରଛାତ୍ରୀ ଗତ ୨୬ତାରିଖ ଭଳି ଆଜି ମଧ୍ୟ ରିପୋର୍ଟିଂ କରି ପାରିନାହାନ୍ତି। ଗତ ୨୬ ତାରିଖରେ ମଧ୍ୟ ବୁର୍ଲା ଛାତ୍ରଛାତ୍ରୀ ମେଡ଼ିକାଲ କଲେଜର ମୁଖ୍ୟ ଫାଟକରେ ତାଲା ପକାଇବା ସହ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସର୍ଦ୍ଦାର ରାଜାସ୍ ମେଡ଼ିକାଲ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସରକାରୀ ମେଡ଼ିକାଲ କଲେଜରେ ଆଡମିସନ୍ […]

s

Rakesh Mallick
  • Published: Monday, 28 December 2015
  • , Updated: 28 December 2015, 11:33 AM IST

ସମ୍ବଲପୁର:ବୁର୍ଲା ଭିଏସଏସ୍ ମେଡ଼ିକାଲ କଲେଜର ଛାତ୍ରଛାତ୍ରୀମାନେ ପୁଣି ଆନ୍ଦୋଳନ କରିଛନ୍ତି। ଆଜି କଲେଜ ମୁଖ୍ୟ ଫାଟକରେ ଛାତ୍ରଛାତ୍ରୀମାନେ ତାଲା ପକାଇଛନ୍ତି। ଫଳରେ ସର୍ଦ୍ଦାର ରାଜାସ୍ ମେଡ଼ିକାଲ କଲେଜ ଛାତ୍ରଛାତ୍ରୀ ଗତ ୨୬ତାରିଖ ଭଳି ଆଜି ମଧ୍ୟ ରିପୋର୍ଟିଂ କରି ପାରିନାହାନ୍ତି।

ଗତ ୨୬ ତାରିଖରେ ମଧ୍ୟ ବୁର୍ଲା ଛାତ୍ରଛାତ୍ରୀ ମେଡ଼ିକାଲ କଲେଜର ମୁଖ୍ୟ ଫାଟକରେ ତାଲା ପକାଇବା ସହ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସର୍ଦ୍ଦାର ରାଜାସ୍ ମେଡ଼ିକାଲ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସରକାରୀ ମେଡ଼ିକାଲ କଲେଜରେ ଆଡମିସନ୍ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବୁର୍ଲା ମେଡ଼ିକାଲ କଲେଜ ଛାତ୍ରଛାତ୍ରୀ ପ୍ରତିବାଦ ଜାରି ରଖିଛନ୍ତି।

Related story