ବୁର୍ଲା ମେଡ଼ିକାଲ ଫାଣ୍ଡି ଅଧିକାରୀଙ୍କୁ କରୋନା

ସମ୍ବଲପୁର (ସମୀର ଷଡ଼ଙ୍ଗୀ): ବୁର୍ଲା ମେଡ଼ିକାଲ ଫାଣ୍ଡି ଅଧିକାରୀ କରୋନାରେ ଆକ୍ତାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଫାଣ୍ଡିକୁ ସିଲ୍ କରାଯିବା ସହ ବିଶୋଧନ କରାଯାଇଛି। ବାହାରେ ଫାଣ୍ଡି କାର୍ଯ୍ୟ ଚାଲୁଛି। ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୦ରୁ ଊର୍ଦ୍ଧ୍ୱ ପୁଲିସ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ଦିଆଯାଇଛି। ତେବେ ଫାଣ୍ଡି ଅଧିକାରୀଙ୍କ ସଂସ୍ପର୍ଶରେ ଆଉ କେଉଁମାନେ ଆସିଛନ୍ତି, ତାହା ଜାଣିବା ପାଇଁ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ସୂଚନା ଅନୁସାରେ, ଫାଣ୍ଡି ଅଧିକାରୀଙ୍କ ନିକଟରେ କରୋନା […]

corona-3.4

Tapaswini Nayak
  • Published: Monday, 10 August 2020
  • , Updated: 10 August 2020, 01:57 PM IST

ସମ୍ବଲପୁର (ସମୀର ଷଡ଼ଙ୍ଗୀ): ବୁର୍ଲା ମେଡ଼ିକାଲ ଫାଣ୍ଡି ଅଧିକାରୀ କରୋନାରେ ଆକ୍ତାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଫାଣ୍ଡିକୁ ସିଲ୍ କରାଯିବା ସହ ବିଶୋଧନ କରାଯାଇଛି। ବାହାରେ ଫାଣ୍ଡି କାର୍ଯ୍ୟ ଚାଲୁଛି। ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୦ରୁ ଊର୍ଦ୍ଧ୍ୱ ପୁଲିସ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ଦିଆଯାଇଛି। ତେବେ ଫାଣ୍ଡି ଅଧିକାରୀଙ୍କ ସଂସ୍ପର୍ଶରେ ଆଉ କେଉଁମାନେ ଆସିଛନ୍ତି, ତାହା ଜାଣିବା ପାଇଁ କଣ୍ଟାକ୍ଟ ଟ୍ରେସିଂ ଚାଲିଛି।

ସୂଚନା ଅନୁସାରେ, ଫାଣ୍ଡି ଅଧିକାରୀଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯିବାରୁ ସେ ବୁର୍ଲା ଭୀମସାରରେ ତାଙ୍କର କରୋନା ପରୀକ୍ଷା କରାଇଥିଲେ।  ସେଠାରେ ତାଙ୍କ ରିପୋର୍ଟ ପିଜିଟିଭ ଆସିଥିଲା।

ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ ଦିନକୁ କରୋନା ଆକ୍ରାନ୍ତଙ୍କ ହୁ ହୁ ହୋଇ ବଢ଼ିଚାଲିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭,୪୫୫ରେ ପହଞ୍ଚିଥିବା ବେଳେ ୩୧,୭୮୪ ଜଣ ସୁସ୍ଥ ହୋଇସାରିଛନ୍ତି। ୧୫,୩୩୪ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୨୮୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Related story