ଘାଟିରେ ଓଲଟି ପଡ଼ିଲା ‘ହ୍ୟୁମାନ’ ବସ୍
ଆନନ୍ଦପୁର(ମୁନା ସିଂ): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ଭୁବନେଶ୍ୱର ଯାଉଥିବା ଏକ ଯାତ୍ରୀବାହି ବସ୍ ଆଜି ଦୁର୍ଘଟଣାର ସମ୍ମୁଖିନ ହୋଇଛି। ଏହି ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି।
‘ହ୍ୟୁମାନ’ ନାମକ ଯାତ୍ରୀବାହି ବସ୍ ଆଜି ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଆଜି କରଞ୍ଜିଆରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ହେଲେ ସାତକୋଶିଆ ଘାଟିଠାରେ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ଆନନ୍ଦପୁର ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆହତମାନଙ୍କୁ ମେଡିକାଲ ପଠାଇଛନ୍ତି। ତେବେ ଦୁର୍ଘଟଣାର ସଠିକ୍ କାରଣ ଜଣାପଡ଼ିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।