ସାମନାକୁ ଚାଲି ଆସିଲା ହାଇୱା, ଓଲଟି ପଡ଼ିଲା ‘ଶ୍ରୀରାମଜୀ’ ବସ୍‌

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର- ଆଳତୁମା ବ୍ରିଜ ନିକଟରେ ଗତକାଲି ବିଳମ୍ବିତ ରାତିରେ  ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଥିବା ଜଣାଯାଇଛି। ଏଥିରେ କେହି ମୃତାହତ ହୋଇ ନାହାନ୍ତି। ସୂଚନା ଅନଯାୟୀ, ‘ଶ୍ରୀରାମଜୀ’ ନାମକ ଯାତ୍ରୀବାହୀ ବସ୍‌ ଗତକାଲି ରାଉରକେଲାରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା। ବସ୍‌ରେ ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ବସ୍‌ଟି ରାତି ପ୍ରାୟ ୩ଟା ପରେ  କାମାକ୍ଷାନଗର- ଆଳତୁମା ବ୍ରିଜ ନିକଟରେ ଯାଉଥିଲା। ଉକ୍ତ ସମୟରେ  ଏନଏଚ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ […]

bus

bus

Niharika Rout
  • Published: Thursday, 14 January 2021
  • Updated: 14 January 2021, 09:06 AM IST

Sports

Latest News

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର- ଆଳତୁମା ବ୍ରିଜ ନିକଟରେ ଗତକାଲି ବିଳମ୍ବିତ ରାତିରେ  ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଥିବା ଜଣାଯାଇଛି। ଏଥିରେ କେହି ମୃତାହତ ହୋଇ ନାହାନ୍ତି।

ସୂଚନା ଅନଯାୟୀ, ‘ଶ୍ରୀରାମଜୀ’ ନାମକ ଯାତ୍ରୀବାହୀ ବସ୍‌ ଗତକାଲି ରାଉରକେଲାରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା। ବସ୍‌ରେ ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ବସ୍‌ଟି ରାତି ପ୍ରାୟ ୩ଟା ପରେ  କାମାକ୍ଷାନଗର- ଆଳତୁମା ବ୍ରିଜ ନିକଟରେ ଯାଉଥିଲା। ଉକ୍ତ ସମୟରେ  ଏନଏଚ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଏକ ହାଇୱା ବସ୍‌ ସମ୍ମୁଖକୁ ଚାଲି ଆସିଥିଲା।  ଫଳରେ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିଥିଲା।

ଖବର ପାଇ ପୁଲିସ୍‌ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତରେ ବସ୍‌ର ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଜଣେ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅନ୍ୟ ସମସ୍ତ ଯାତ୍ରୀ । ଏହାପରେ ସେମାନଙ୍କୁ ଅନ୍ୟ ଏକ ବସ୍‌ରେ ବାଲେଶ୍ୱର ପଠାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos